lika

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସୁଭାସିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ତଥା କବି ରାଜୀବ ପାଣି ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ବେଦର ପ୍ରତିଶୃତି ଜୀବନର ଦିବ୍ୟ ପରିଣତି’ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ପାଣି ଅନେକ ଗୁଡିଏ ଉପାଦେୟ ତଥ୍ୟ ମାଧ୍ୟମରେ ବେଦ କିପରି ଆମ ସାମାଜିକ ଓ ଆଧ୍ୟାତ୍ମିକ ଜୀବନରେ ଉପଲବ୍ଧି ଆଣିଛି ତାହା ବଖାଣିଥିଲେ । ଜୀବନର ଅନ୍ଧକାରକୁ ଦୂର କରିବାକୁ ହେଲେ ବେଦ ରୂପି ଆଲୋକ ଅପରିହାର୍ଯ୍ୟ ବୋଲି ସେ ମତ ରଖିଥିଲେ । ଏହି ଅବସରରେ ଗାଳ୍ପିକା କନକଲତା ମିଶ୍ର ଗଳ୍ପ ପଠନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ କୁମାର ନାୟକ ତଥା ସୁଭାସିନୀ ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ ଅଜୟ ମହାନ୍ତି, ରବିନ୍ଦ୍ର ମହାନ୍ତି, ବଦ୍ରି ନାରାୟଣ ପାଢୀ, ସୁମିତ୍ରା ସ୍ବାଇଁ, କୁଞ୍ଜବିହାରୀ ରାଉତ, ତ୍ରିନାଥ ସିଂହ, ରାଜୀବ ପାଣି, ଉପେନ୍ଦ୍ର ବସ୍ତିଆ, ପ୍ରଫୁଲ୍ଲ ସାମଲ, ବିକ୍ରମ ଆଚାର୍ଯ୍ୟ, ରାଜକୁମାର ମହାନ୍ତି, ତ୍ରିଲୋଚନ ସ୍ବାଇଁ, ମଞ୍ଜୁଳା ରଥ ଓ ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ପାଠାଗାରର ସଭାପତି ପ୍ରଫେସର ଜେ କେ ରାଓଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅଜୟ ପ୍ରଧାନ, ଶଙ୍କର ପ୍ରସାଦ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ହୃଷିକେଶ ବଳିଆରସିଂହ, ଡଃ ସୁବାସ ଲେଙ୍କା, ସୁନିଲ୍ ମହାନ୍ତି,କମଳ ଆଚାର୍ଯ୍ୟ, କୁଳମଣି ଦାସ, ଶରତ ରାଉତ, ବିଭୁତିଭୂଷଣ ଦାସ, ମମତା ମହାପାତ୍ର, ଗୀତାଞ୍ଜଳି ମହାରଣା, ରବିନ୍ଦ୍ର ଠାକୁର, କାଶୀନାଥ ନନ୍ଦୀ, ସୁଜିତ ସାହୁ, ଶୈଳେନ୍ଦ୍ର ମହାନ୍ତି, ସଂଗ୍ରାମ ପ୍ରିୟ ତନ୍ତୀ, ଗଙ୍ଗାଧର ପୁହାଣ, ପ୍ରିୟା ପାତ୍ର, ରଜନୀରାଣି ଚୌଧୁରୀ, ବିଜୟିନୀ ଜେନା, ବସନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.