ବଲାଙ୍ଗିର ସହରର ୨୧ଟି ୱାର୍ଡରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ନିମନ୍ତେ ସଚେତନତା ସଭା ଓ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ବଲାଙ୍ଗିର ସହରର ୨୧ଟି ୱାର୍ଡରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ନିମନ୍ତେ ସଚେତନତା ସଭା ଓ ସଫେଇ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ପ୍ରଶାସକ, ବଲାଙ୍ଗିର ମ୍ୟୁନିସିପାଲିଟିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ୱାର୍ଡରେ ଜଣେ ଲେଖାଏଁ ନୋଡ଼ାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ଏହି ସବୁ କାର୍ଯ୍ୟର ତଦାରଖ ପାଇଁ ଖୋଦ୍‌ ଆଇଏସ୍‌ ପ୍ରେବେସନର୍‌ ତଥା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ, ପିଡ଼ି, ଡିଆର୍‌ଡ଼ିଏ ସୁଦର୍ଶନ ସାଏ, ଉପଜିଲ୍ଲାପାଳ ସୁଧାକର ନାଏକ ବିଭିନ୍ନ ୱାର୍ଡର କାର୍ଯ୍ୟକ୍ରମକୁ ଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ପ୍ରତ୍ୟେକ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ମାଧ୍ୟମରେ ଦେଶର ପ୍ରତ୍ୟେକ ସହରାଂଚଳକୁ ତାର ଜନସଂଖ୍ୟା ହିସାବରେ ଏବଂ ସେଠାରେ ପରିଚାଳିତ ସ୍ୱଚ୍ଛତା ଏବଂ ସୁନ୍ଦରତା କାର୍ଯ୍ୟକ୍ରମକୁ ତଦାରଖ କରି ର‍୍ୟାଙ୍କିଙ୍ଗ୍‌୍‌ ମାଧ୍ରମରେ ସହରକୁ ଉତ୍ସାହିତ କରିଥାନ୍ତି । ଦେଶରେ ୫ଟି ଜୋନ୍‌ ହୋଇଛି, ଯଥା – ଇଷ୍ଟର୍ଣ୍ଣ ଜୋନ୍‌, ୱେଷ୍ଟେର୍ଣ୍ଣ ଜୋନ୍‌, ନର୍‌ଥେନ୍‌ ଜୋନ୍‌, ସାଉଥ୍‌ରେନ୍‌ ଜୋନ୍‌ ଏବଂ ଏନ୍‌ଇ ଜୋନ୍‌ । ଗତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ରେ ବଲାଙ୍ଗିର ସହର ଇଷ୍ଟର୍ଣ୍ଣ ଜୋନ୍‌ର ଏକ ଲକ୍ଷ ବିଶିଷ୍ଟ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ୨୬ ନଂ. ର‍୍ୟାଙ୍କିଙ୍ଗ୍‌ରେ ରହିଥିଲା ଏବଂ ରାଜ୍ୟରେ ବଲାଙ୍ଗିର ମ୍ୟୁନିସିପାଲିଟିର ର‍୍ୟାଙ୍କିଙ୍ଗ୍‌ ଥିଲା ୧୧ ନମ୍ବର ।

ତେବେ ଚଳିତ ବର୍ଷ ଏହି ସବୁ ଉପାଦାନକୁ ଲକ୍ଷ୍ୟ କରି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ବଲାଙ୍ଗିର ମ୍ୟୁନିସିପାଲିଟିର ର‍୍ୟାଙ୍କିଙ୍ଗ୍‌କୁ ଆହୁରି ସୁଦୃଢ଼ କରି ୧ରୁ ୫ ର‍୍ୟାଙ୍କିଙ୍ଗ୍‌କୁ ଆଣିବା ପାଇଁ ଆଜିର କାର୍ଯ୍ୟକ୍ରମ ସବୁ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି । ଜନସାଧାରଣଙ୍କୁ ଜଡ଼ିତ କରିବା ଏବଂ ସ୍ୱଚ୍ଛତା ଆପ୍‌ରେ ଜନସାଧାରଣଙ୍କ ଫିଡ଼୍‌ବେକ୍‌ ଓ ସଜେସନ୍‌କୁ କାର୍ଯ୍ୟକାରୀ କରି ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳର ସ୍ୱଚ୍ଛତା ଏବଂ ସୁନ୍ଦରତାକୁ ପ୍ରାଥମିକତା ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଆଜିକାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଡବ୍ଲ୍ୟୁଏସ୍‌ଏଚ୍‌ଜି, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପର୍‌ଭାଇଜର୍‌, ସଫେଇ କର୍ମୀ, ଜୁନିଅର୍‌ ସେନିଟେସନ୍‌ ଏକ୍ସପର୍ଟ ସମସ୍ତେ ଯୋଗ ଦେଇଥିଲେ ।

Leave A Reply

Your email address will not be published.