ଏସ୍‌ବିଆଇରେ ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ରି ହସ୍ପିଟାଲ, ଭୁବନେଶ୍ୱର ଆନୁକୂଲ୍ୟରେ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନେଇ ଏସ୍‌ବିଆଇ ରାଉରକେଲା ଟାଉନସିପ୍‌ ଶାଖାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆର୍‌ବିଓ (ଏସ୍‌ବିଆଇ) ରାଉରକେଲାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଆମ୍ରି ହସ୍ପିଟାର ହୃଦରୋଗ ବିଶେଷଜ୍ଞ ଡାକ୍ତର ପିକେ ଦାଶ ଓ ଅନ୍ୟ ଟେକ୍ନିସିଆନମାନେ ଉପସ୍ଥିତ ରହି ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ରାଉରକେଲାରେ ବସବାସ କରୁଥିବା ଏସ୍‌ବିଆଇ ପେନସନରମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହାର ସୁଯୋଗ ନେଇଥିଲେ । ଏହି ଅବସରରେ ଅସୀମ କୁମାର ଘୋଷ, ଆର୍‌ଏମ୍‌ଆରବିଓ (ଏସବିଆଇ) ରାଉରକେଲା, ସରୋଜ କୁମାର ରାଉତରାୟ, ଏଜିଏମ୍‌, ଏସ୍‌ବିଆଇ, ରାଉରକେଲା ଟାଉନ୍‌ସିପ୍‌ ଶାଖା, ମଦନ ମୋହନ ସାହୁ, ମ୍ୟାନେଜର ଏଚ୍‌ ଆର୍‌ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କର ରାଉରକେଲା ପ୍ରତିନିଧି ସନ୍ତୋଷ କୁମାର ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ତୁଷାର ମଲ୍ଲିକ, ଉମେଶ ପ୍ରଧାନ, ବିଜୟ ପାତ୍ର, ରାଧାଶ୍ୟାମ ପଟ୍ଟନାୟକ ଆଦି ପୂର୍ବତନ କର୍ମଚାରୀ ଓ ବର୍ତମାନର କର୍ମଚାରୀ ବଟକୃଷ୍ଣ ଶତପଥୀ ଆଦି ଉପସ୍ଥିତ ରହି ଏହାର ସୁପରିଚାଳନା କରିଥିଲେ । ଆମ୍ରି ହସପିଟାଲର ସଞ୍ଜୟ କୁମାର ସାମଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.

error: Content is protected !!