ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ୟୁରୋପିଆନ ପ୍ରତିନିଧି ଦଳ (ଜର୍ମାନୀ ଓ ଅଷ୍ଟ୍ରିଆ)ର ରାଷ୍ଟ୍ରଦୂତ ସେଠାକାର ସଂସ୍କୃତି ଓ ଶିକ୍ଷାର ଭାବ ବିନିମୟ ଉଦ୍ଦେଶ୍ୟରେ ରାଉରକେଲାଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପରିପେକ୍ଷୀରେ ସେଣ୍ଟ୍ରାଲ ପାର୍କଠାରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉକ୍ତ ପ୍ରତିନିଧି ଦଳ ଯୋଗଦେଇ ଭାବ ବିନିମୟ ସହ ସେମାନଙ୍କ ଦେଶର ଶିକ୍ଷା ବ୍ୟବସ୍ଥା ଓ ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଜର୍ମାନ୍‌ର ରାଷ୍ଟ୍ରଦୂତ ଯିଏକି ଦିଲ୍ଲୀରେ ଅବସ୍ଥାପିତ ସାର୍ କ୍ରିଷ୍ଟୋଫ୍ ଉଇଲଡ ଫାଙ୍ଗ୍, ଅଷ୍ଟ୍ରିଆର ରାଷ୍ଟ୍ରଦୂତ ମାଇକେଲ ପଲ, ଇଣ୍ଡୋ ଜର୍ମାନ୍ ଚାମ୍ବର ଅଫ କମର୍ସର ମୁଖ୍ୟ ନିର୍ଦ୍ଦେଶକ ଭାବେ ମୁମ୍ବାଇରେ ଅବସ୍ଥାପିତ ବର୍ଣ୍ଣାହାଡ ଷ୍ଟେନରୁକ୍, ଡଃ ଗୁଡୁରୁନ୍ ଲୋନର, ନୂଆଦିଲ୍ଲୀରେ ଅବସ୍ଥାପିତ ଜର୍ମାନ୍ କୁଟନୀତିଜ୍ଞ ହାନେଲୋର୍ ଆଲବର୍ଟ ଓ ଫେଡରିକ୍ ନ୍ୟୁମାନ ଫାଉଣ୍ଡେସନର ଫ୍ରାଙ୍କ ହପମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରିଆନ ଡଃ ଅଞ୍ଜନା ମୈତ୍ର, ସଭାପତି ରୋଟାରୀଆନ ପୁତୁଲ ରାହୁଲ, ସାଧାରଣ ସଂପାଦିକା ରୋଟାରିଆନ ଅର୍ଚ୍ଚନା ମହାନ୍ତିଙ୍କ ସମେତ ସମସ୍ତ ରୋଟାରୀଆନମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପଦେଷ୍ଟା ଡଃ ମୈତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ଭାରତର ଜାତୀୟ ସଂଗୀତ ସହ, ଜର୍ମାନ୍ ଓ ଅଷ୍ଟ୍ରିଆର ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶେଷରେ ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!