oom

ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨୦ରେ ସ୍ୱଚ୍ଛ ସଚେତନ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ପୌରାଂଚଳ ୱାର୍ଡ ନଂ.୨୦ରେ ସ୍ୱଚ୍ଛ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପ ନିବନ୍ଧକ ପଦ୍ମନାଭ ପୁରୋହିତଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୌର ପରିଷଦ ୱାର୍ଡ ଅଫିସର ଭୀଷ୍ମ ସାହୁ, ସ୍ୱଚ୍ଛ ସୁପର୍‌ଭାଇଜର୍‌ ପ୍ରତିମା ମିଶ୍ର ପରିଚାଳନା କରିଥିଲେ ।

ସବିତା ପାଢ଼ୀ, ମମତା ସେଠ, ଦମୟନ୍ତୀ ପାତ୍ର, ସୌଦାମିନୀ ସାହୁ, ସନ୍ତୋଷିନୀ ବାଗ, ଦୀପାଳି ପୁଟା, ପଦ୍ମିନୀ ସାହୁ, କୁନୀ ସାହୁ, ଶୁଭ୍ରକେଶୀ ମହାନ୍ତି, ସଂଗୀତାରାଣୀ ପଢ଼ିଆରୀ, ନଳିନୀ ସାହୁ, ଜମୁନା ବାରିକ, ସନ୍ତୋଷିନୀ ପୁଟେଲ, ବିଳାସ ପୁଟେଲ, ତପସ୍ୱିନୀ ମିଶ୍ର, କାମିନୀ ମିଶ୍ର, ଭାଗ୍ୟସିନୀ ପାଢ଼ୀ, ରୀନା ହେର୍ନା, ସୁଜାତା ପଣ୍ଡା, ମମତା ଖୁଆସ, ମମତା ମିଶ୍ର, ସୁକାମିନୀ ମିଶ୍ର, କଲ୍ୟାଣୀ ପାଲ, ରମା ମହାରଣା, ସୁବାସିନୀ ପଧାନ, ସୁବାସିନୀ ସାହା, ଜ୍ୟୋତ୍ସ୍ନା ଜାଲ, ଜାହ୍ନବୀ ଜାଲ, ବନଜା ନେଗୀ, ସ୍ନେହ ସାହା, ଚନ୍ଦ୍ର ମନ୍ଦେ, ଜମୁନା ବଗାର, ଚନ୍ଦ୍ରକାନ୍ତୀ ପଧାନ, ନୁରା ସେଠ, ମାନିନୀ ପଟେଲ, ସ୍ନେହଲତା ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ୱାର୍ଡର ସମସ୍ତ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ପୌରାଂଚଳର ସମସ୍ତ ୱାର୍ଡରେ ଏହି ସ୍ୱଚ୍ଛ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ୱାର୍ଡରେ ସରକାରୀ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.