ସ୍କୁଲ ଭିତରୁ ଶିକ୍ଷକଙ୍କ ବାଇକ ଡିକିରୁ ୨୨ହଜାର ୫ ଶହ ଟଙ୍କା ଲୁଟି ନେଲେ ଲୁଟେରା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରୁ ମାତ୍ର ୩୦ ମିଟର ଦୂର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଶିକ୍ଷକଙ୍କ ଗାଡିର ଡିକି ଖୋଲି ଟଙ୍କା ଲୁଟିନେଲେ ଲୁଟେରା । ଶିକ୍ଷକ ସୁକାନ୍ତ ମନ୍ତ୍ରୀ ବଙ୍ଗୋମୁଣ୍ଡା ଏସ୍‌ବିଆଇ ବ୍ୟାଙ୍କରୁ ଟଙ୍କା ଉଠାଣ କରି ସ୍କୁଲକୁ ଆସିଥିଲେ । ତେବେ ବ୍ୟାଙ୍କଠାରୁ ଫୋଲୋ କରୁଥିବା ଦୁର୍ବୃତ୍ତମାନେ ସ୍କୁଲ ଭିତରୁ ପଶି ୨୨ ହଜାର ୫ ଶହ ଟଙ୍କା ଡିକିରୁ ନେଇ ଫେରାର ମାରିଥିଲେ । ଶିକ୍ଷକ ଜଣକ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଲୁଟର ଦୃଶ୍ୟ ସବୁ ସିସି ଟିଭିରେ କଏଦ ହୋଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଥାନା ନିକଟରୁ ଲୁଟେରା ମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଟଙ୍କା ଲୁଟି ନେଉଥିବା ନେଇ ପୋଲିସ ଉପରେ ନାନା କଥା ଚର୍ଚ୍ଚା ହେଉଛି । ଏହି ଭଳି ଘଟଣା ଚାଲିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.