ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଷ୍ଟ୍ରିଟ୍ ସୋ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ୭୭ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟ, ବଲାଙ୍ଗିରରେ ୭୭ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନେକ ସମ୍ମାନିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବରେ ଜବାହାରଲାଲ କଲେଜ, ପଟଣାଗଡର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ଦେବରାଜ ମିଶ୍ର, ଅତିଥି ଭାବରେ ଶ୍ରୀମତୀ ଲିକା ସାହୁ, ଅଧ୍ୟକ୍ଷା, ବଲାଙ୍ଗିର ପୌର ପରିଷଦ, ପ୍ରଶନ୍ତ କୁମାର ସାହୁ, କମାଣ୍ଡାଣ୍ଟ, ୧୮୯ ବାଟାଲିୟନ ସିଆର୍‌ପିଏଫ୍‌, ବଲରାମ ମିଶ୍ର, ବରିଷ୍ଠ ସାମ୍ବାଦିକ, କଲେଜ ଉପଦେଷ୍ଠା ପିତବାସ ପଣ୍ଡା, ଉପଦେଷ୍ଠା ମନରଞ୍ଜନ୍ ସାହୁ, କଲେଜ ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ର୍ଶମା, କଲେଜ ନିର୍ଦ୍ଦେଶିକା ଶ୍ରୀମତୀ ସୁମନ୍ ର୍ଶମା, ପ୍ରଧାନ ଶିକ୍ଷୟତ୍ରୀ ମୋନିକା ଜେସୱାଲ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ଅତିଥି ଗଣଙ୍କ ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ଆଜିର ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣଗୁଡିକ ପ୍ରଦାନ କରିବା ସହିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ହୋଇଥିବା ପ୍ରତିଯୋଗିତାଗୁଡିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସାର୍ଟିଫିକେଟ୍‌ ଓ ପୁରସ୍କାର ବିତରଣ କରିବା ସହିତ ସମ୍ମାନିତ କରାଯଇଥିଲା । ଛାତ୍ରଛାତ୍ରୀମାନେ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ସୈନିକମାନଙ୍କ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଉଦ୍ଦେଶ୍ୟରେ ପଟଣାଗଡ ଛକ, ଦୁର୍ଗା ମନ୍ଦିର ନିକଟରେ ଏକ ଷ୍ଟ୍ରିଟ୍ ସୋ ବା ନାଟକର ଆୟୋଜନ କରିଥିଲେ । ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଅନେକ ନୂତ୍ୟ ଗୀତ ସହିତ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା ।

Leave A Reply

Your email address will not be published.