oom

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଓ ବଙ୍ଗୋମୁଣ୍ଡା ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସନ୍ତୋଷ ତ୍ରିପାଠୀ, ଉପସଭାପତି ରେଣୁ ରଞ୍ଜନ ବାଗ, ସମ୍ପାଦକ ବିକାଶ ରଞ୍ଜନ ପନିକା, ସାଂସ୍କୃତିକ ସମ୍ପାଦକ ଖଗେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବଙ୍ଗୋମୁଣ୍ଡା ଓଡିଶା ଜୀବିକା ମିଶନର ବିପିଏମ୍‌ ବିଜୟ ବେହେରା, ସାମ୍ବାଦିକ ଅନିଲ ଖମାରୀ, ସଂଗୀତକାର ରେଣୁରଞ୍ଜନ ବାଗ, ସାମ୍ବାଦିକ ହୁଲେଶ୍ୱର ହଂସ, ନିରନ ବାଗ ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ପଲ୍ଲୀଶ୍ରୀ ମାଧ୍ୟମିକ ବିଦ୍ୟାଳୟ ସିନ୍ଧେକେଲା, ପ୍ରସନ୍ନ ପାଳ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଭାଲୁମୁଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ ଭାଲୁମୁଣ୍ଡା, ଡ଼ଃ ପ୍ରଭାତୀ ରଥ ମହିଳା ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା, ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡା, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କର୍ମଚାରୀମାନେ ସହଯୋଗ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳ ପଡିଆଠାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ ।

jittmm
Leave A Reply

Your email address will not be published.