jsm

ଖପ୍ରାଖୋଲରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ପ୍ରବୀଣ କୁମାର ପଣ୍ଡା ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପକ୍ଷରୁ ବିଇଓ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ମିନିକେତନ ବରିହା, ଏବିଇଓ ସତ୍ୟନାରାୟଣ ମଠାରି, ମୁଖ୍ୟ କିରାଣୀ ମାଧବ ଚନ୍ଦ୍ର ସାହୁ, ଏମ୍‌ଆଇଏସ୍‌ ସଙ୍ଗୀତା ପଧାନ, ଜଗଦୀଶ ବିଶ୍ୱାଳ, ଆଶିଷ ନାଏକ, ନରେନ୍ଦ୍ର କଟା, ସୋମ୍ୟଶ୍ରୀ ମହାନ୍ତି ପ୍ରମୁଖ କର୍ମଚାରୀମାନେ ସାମିଲ ହୋଇଥିଲେ । ଯୋଗଦାନ କରିଥିବା ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ବରୁ ନୂଆପଡା ଜିଲ୍ଲା ଭେଲା ଅନ୍ତର୍ଗତ ଡାକ୍ତର କଟଜୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସିନିଅର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ପଦୋନ୍ନତି ପାଇ ବର୍ତ୍ତମାନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଖପ୍ରାଖୋଲରେ ଯୋଗଦାନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉନ୍ନତି ସହିତ ଉପଯୁକ୍ତ ପାଠ ଓ ସରକାରୀ ବ୍ୟବସ୍ଥାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ଦ୍ୱାରା କିପରି ପରିଚାଳିତ ହୋଇ ପାରିବ ଧ୍ୟାନ ଦେବେ ବୋଲି କହିବା ସଙ୍ଗେସଙ୍ଗେ ଯେଉଁ ସ୍କୁଲରେ ଶ୍ରେଣୀ ଗୃହର ଅଭାବ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ରହୁଛି ସେହି ବିଷୟରେ ସରକାରଙ୍କ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.