jsm

ଆଦିବାସୀ ମହାସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

csstore

ବରଗଡ଼, (ନିରୋଜ କୁମାର ପାଣୀ) : କିସ୍ କାର୍ଯ୍ୟାଳୟ ବରଗଡଠାରେ କିସ୍ ଅଭିଭାବକ ସଂଘ ଏବଂ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ୍‌ର ଅଭିଭାବକ, ଅଭିଭାବିକାମାନେ ଯୋଗ ଦେଇଥିଲେ । ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । କିସ୍‌ରେ ପାଠପଢି ବହୁତ ଆଦିବାସୀ ଛାତ୍ରଛାତ୍ରୀ ମଣିଷ ହେଉଥିବାରୁ ସମସ୍ତେ ଡ. ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ସଭାରେ କିସ୍ ଅଭିଭାବକ ସଂଘର ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ବରଗଡ଼ ବ୍ଲକ୍ ସଭାପତି ମାଖନୁ ବରିହା, କର୍ମଦେବ ବେହେରା, ଭେଡେନ ବ୍ଲକ୍ ସଭାପତି ଛବିଲ ରାଏ, କିସ୍ ଅଭିଭାବକ ସଂଘର ଝାରବନ୍ଧ ବ୍ଲକ୍ ସଭାପତି ମାନଭଞ୍ଜନ ମିର୍ଦ୍ଧା, ପାଇକମାଳ ବ୍ଲକ୍ ସଭାପତି ନିଳେଶ୍ୱର୍ ଭୁଏ, ଗାଇସିଲେଟ ବ୍ଲକ୍ ସଭାପତି ମନୋଜ, ସୁରଥ ଧରୁଆ, ବରପାଲି ବ୍ଲକ୍‌ର ସଭାନେତ୍ରୀ ହରିପ୍ରୀୟା ମେହେର, ଜାନକୀ ଭୁଏ, ଭେଡେନ ବ୍ଲକ୍‌ର ଚନ୍ଦ୍ରକାନ୍ତି ବରିହା, ମଞ୍ଜୁସା ଧରୁଆ ମହିଳା ଓ ପୁରୁଷ ମାନେ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ କିସ୍ ଜିଲ୍ଲା ସଂଯୋଜକ ନିକାଶ ଚନ୍ଦ୍ର ଷଡଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.