ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସକାଳୁ ସକାଳୁ ବଲାଙ୍ଗିର ସହର ସ୍ଥିତ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଏହି ଅବସରରେ ସମଲେଶ୍ୱରୀ ମନ୍ଦିରର ଆବଶ୍ୟକ ଉନ୍ନତି କରାଯିବା ସହ ସହରର ପାଟଣେଶ୍ୱରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ମଧ୍ୟ ପ୍ଲାନିଂ ଅନୁସାରେ ଉନ୍ନତି କରାଯିବ ବୋଲି ସେ କହିଛନ୍ତି । ଏହା ପରେ ପରେ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଏକ ଜନ ସମାବେଶକୁ ଉଦ୍ବୋଧନ ଦେଇଛନ୍ତି ୫-ଟି ସଚିବ । ଲୋକଙ୍କଠାରୁ ମିଳିଥିବା ଦରଖାସ୍ତର ସମାଧାନ ଦିଗରେ ଆସନ୍ତା ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଖୁସି ଖବର ଦେବେ ବୋଲି ସେ କହିବା ସହ ସହରର ଧାର୍ମିକ ସ୍ଥଳ ଗୁଡ଼ିକର ବିକାଶ ଦିଗରେ ଗୋଟିଏ ମାସ ଭିତରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଐତିହ୍ୟ ସଂପନ୍ନ କୋଶଳ କଳା ମଣ୍ଡଳର ସାମୁହିକ ବିକାଶ କରାଯିବା ପାଇଁ ମଧ୍ୟ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଜନସାଧାରଣଙ୍କୁ କଥା ଦେଇଛନ୍ତି । ତେବେ ୫-ଟି ସଚିବଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଜିଲ୍ଲାର ସମସ୍ତ ପଦାଧିକାରୀ ସାମିଲ୍ ରହିଛନ୍ତି । ଗତକାଲି ଅନେକ କାର୍ଯ୍ୟକ୍ରମରେ ୫-ଟି ସଚିବ ଯୋଗ ଦେଇଥିବା ବେଳେ ଆଜି ମଧ୍ୟ ୫-ଟି ସଚିବଙ୍କ ବଲାଙ୍ଗିର ଜିଲ୍ଲାରେ ଆହୁରି ଅନେକ କାର୍ଯ୍ୟକ୍ରମ ରହିଛି ।