ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନ ହଲ ପରିସରରେ ନାଗରିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ମହେନ୍ଦ୍ର କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଅଜିତ ଶତପଥି ସାଗତ ଭାଷଣ ପ୍ରଦାନ କରିଥିଲେ । କମିଟିର ଦିବଂଗତ ସଭ୍ୟ ଉଦୟ ରଞ୍ଜନ ବହିଦାରଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପଦ୍ମପୁର ଉପଖଣ୍ଡରେ ଖାଲି ପଡିଥିବା ବିଭିନ୍ନ ସରକାରୀ ଅଧିକାରୀଙ୍କ ସହିତ ବିଶେଷଜ୍ଞ ଡାକ୍ତର ପଦବୀଗୁଡ଼ିକ ପୂରଣ କରାଯାଇ ନାହିଁ, ତା’ସହିତ ସହରର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର, ଟ୍ରାଫିକ ନିୟନ୍ତ୍ରଣର ସୁପରିଚାଳନା, ସହରର ରାସ୍ତାଘାଟ ଗୁଡିକର ଶୋଚନୀୟ ଅବସ୍ଥା, ବେଆଇନ କଲଭର୍ଟ ନିର୍ମାଣ, ଦୂଷିତ ଜଳ ନିଷ୍କାସନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ଉପରେ ଆଲୋଚନା କରାଯାଇ ତାର ସମାଧାନ ପାଇଁ କମିଟି ତରଫରୁ ପଦକ୍ଷେପ ନେବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇ କାର୍ଯ୍ୟକାରୀ କରାଯାଇଥିଲା । ଏଥିସହିତ ପୂର୍ବତନ କାର୍ଯ୍ୟକାରୀ କମିଟିକୁ ଭାଂଗି ଦିଆଯାଇ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଥିଲା । ସଭାପତି ଭାବେ ପୂର୍ବତନ ଜିଲ୍ଲା ଜଜ୍ ରାମଚନ୍ଦ୍ର ତ୍ରିପାଠୀ, ଉପ ସଭାପତି ନିରୋଜ ଦୋରା, ସଂପାଦକ ଅଜିତ ଶତପଥୀଙ୍କ, ସହ ସଂପାଦକ ଆଦିତ୍ୟ ରଥ କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ତଥା କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ପ୍ରତାପ ମିଶ୍ର, ଉମେଶ ସାହୁ, ସନ୍ତୋଷ ଶତପଥୀ, ଅଶୋକ ବହିଦାର, ଦିଲ୍ଲୀପ ପ୍ରଧାନ, ହେମନ୍ତ ପଟ୍ଟନାୟକ, ଡାକ୍ତର ନାରାୟଣ ପୁରୋହିତ, ଧରମ ପାଢୀ, ଦିଲ୍ଲୀପ ଦାନୀ, ସମିଉଲ ହୁସେନ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଶେଷରେ ଡ. ଭକ୍ତପୂରନ ସାହୁ ନୂତନ କମିଟିକୁ ସ୍ୱାଗତ କରି ଧନ୍ୟବାଦ ପ୍ରଦାନ କରିଥିଲେ ।