jsm

ମାହେଶ୍ୱରୀ ସେବା ସଂଗଠନକୁ ପ୍ରଦାନ କରାଯିବ ପାର୍ବତୀଗିରି ସେବା ସମ୍ମାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ପୂଜ୍ୟପୂଜା ସେବା ସଂଗଠନର ଏକ ବୈଠକ ଶିକ୍ଷାବିତ କପିଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ବହ୍ନିକନ୍ୟା ମାଆ ପାର୍ବତୀଗିରି ସେବା ସମ୍ମାନ ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସେବା ସଂଗଠନକୁ ଦେବା ପାଇଁ ସ୍ଥିର କରାଯାଇଥିଲା । ଉକ୍ତ ସଭାରେ ସୁନାଧର ବନଛୋର, ଅରୁଣ କୁମାର ଖୁଆସ, ମଧୁ ସାହୁ, ରତ୍ନମୟ ତ୍ରିପାଠି, ଚୂଡେନ୍ଦ୍ର କୁମାର ବେହେରା, ହୃଷିକେଶ ପୁରୋହିତ, ପ୍ରଦୀପ ପସାୟତ, ଦୁର୍ଗାଚରଣ ସାହୁ, ଦିଲିପ କୁମାର ସା, ମଦନ ମୋହନ ରଥ, ଡା. ଅଶୋକ କୁମାର ସେଠି, ଜୟରାମ ମିଶ୍ର ପ୍ରମୁଖ ଥିଲେ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.