ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ସମନ୍ଵୟ ସମିତିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ଗୋପାଳ ଜୀଉ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତି ପୀଠଠାରେ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ଵୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ ପୂଜ୍ୟ ଗୁରୁଦେବଙ୍କ ଯୁଗ ନିର୍ମାଣ ଯୋଜନା ଅନ୍ତର୍ଗତ ଅସ୍ତକ୍ରାନ୍ତି ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରାଯାଇଥିଲା । ଯଥା ସାଧନା ଶିକ୍ଷା ସ୍ୱାସ୍ଥ୍ୟ ସ୍ୱାବଲମ୍ୱନ, ନାରୀ ଜାଗରଣ, ନିଶା ନିବାରଣ, ପର୍ଯ୍ୟାବରଣ, ଆସ ଗଢ଼ିବା ସଂସ୍କାର ବାନ ପିଢ଼ି । ଆସ ଗଢ଼ିବା ସଂସ୍କାର ବାନ ପିଢ଼ି ବିଷୟର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ବଲପୁର ଜୋନ ସଂଯୋଜକ ବିରେନ୍ଦ୍ର କୁମାର ସାହୁ ପୁଙ୍ଖନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ । ତତ୍ ସହିତ ଗର୍ଭ ଜ୍ଞାନ ବିଜ୍ଞାନ, ସଂଗଠନ ଶିକ୍ଷକ ପ୍ରଶିକ୍ଷକ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଆଗାମୀ ୧୨ ଓ ୧୩ ତାରିଖରେ ରାୟଗଡ଼ାରେ ଯୁବା ସୂଜେତା ଶିବିର ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ଗାୟତ୍ରୀ ପରିବାର ଭାଇ ଭଉଣୀମାନଙ୍କୁ ନିବେଦନ କରାଯାଇଥିଲା । ଆଗାମୀ ଦିନରେ ଶୀଘ୍ର ବ୍ଲକଗୁଡ଼ିକ ପୁନର୍ଗଠିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଟିଟିଲାଗଡ, ପାଟଣାଗଡ, ସଇଁତଳା, ଦେଓଗାଁ, ତୁଷୁରା, ଗୁଡଭେଲା, ଆଗଲପୁର ଏବଂ ଅନ୍ୟାନ୍ୟ ବ୍ଲକରୁ ଭାଇ ଭଉଣୀମାନେ ଉପସ୍ଥିତ ରହି ବୈଠକରେ ସକ୍ରିୟ ଭାବରେ ଆଲୋଚନା କରିଥିଲେ । ସର୍ବଶେଷରେ ସହ ସଂଯୋଜକ ଶାନ୍ତନୁ କୁମାର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଶାନ୍ତି ପାଠ ପରେ ବୈଠକ ସ୍ତଗିତ ରଖାଯାଇଥିଲା ।

Leave A Reply

Your email address will not be published.