ଅସହାୟ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଖଲିଆପାଲି ଗାଁର ରେଚ ବରିହା ଓ ତାଙ୍କ ପତ୍ନୀ ବାସନ୍ତୀ ବରିହା । ବୟସ ୫୦ ପାଖପାଖି । ଦୀର୍ଘ ୧୫ ବର୍ଷ ହେଲା ଗୋଟିଏ ଛୋଟ ଝାଟିମାଟି କୁଡିଆ ଘରେ ରହି ଆସୁଛନ୍ତି । ଉଭୟଙ୍କ ଆଧାର କାର୍ଡ ଅଥବା ଭୋଟର କାର୍ଡ ଭଳି କୌଣସି ପରିଚୟ ପତ୍ର ନ ଥିବାରୁ ସେମାନେ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ରହିଛନ୍ତି । ଏପରିକି ନିଜସ୍ୱ ଘର ଖଣ୍ଡିଏ ମଧ୍ୟ ତିଆରି କରିପାରୁ ନାହାନ୍ତି । ଦିନ ମଜୁରିଆ କାମ କରି ସେମାନେ ଯେଉଁ ଟଙ୍କା ପାଆନ୍ତି, ସେଥିରେ କଷ୍ଟେମଷ୍ଟେ ନିଜର ଦୈନିକ ଗୁଜୁରାଣ ମେଣ୍ଟାଇଥାନ୍ତି । ଉଭୟଙ୍କ ଦୁରାବସ୍ଥା ବାବଦରେ ଜାଣିବା ପରେ ଲୋଇସିଂହାର ସ୍ୱେଚ୍ଛାସେବୀ ଦେବାଶିଷ ବିଶୋଇ ସେମାନଙ୍କ ନିକଟରେ ପହଞ୍ଚିଥିଲେ । ସେ ରେଚଙ୍କୁ ଗୋଟିଏ ପଲିଥିନ ଦେଇ ଘର ଛାଉଣି କରିବାରେ ସାହାଯ୍ୟ କରିବା ସହିତ ସରକାରୀ ଯୋଜନାରେ ସାମିଲ କରିବା ନେଇ ପ୍ରଶାସନ ସହିତ ଯୋଗାଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.