ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରମାନନ୍ଦ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଗୌରୀଶଙ୍କର ବେଜ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ପରିଚାଲନା ସମିତି ସଭାପତି ବିମଳ ଚରଣ ହୋତା ଏବଂ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଊପସ୍ଥିତ ରହି କୁନି ବିଜ୍ଞାନୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ ଶିଶୁ ବର୍ଗରୁ ୨୩୮ଟି ପ୍ରକଳ୍ପ, ଶିଶୁବର୍ଗରୁ ୭୦ଟି, ବାଲବର୍ଗରୁ ୩୦ଟି ଏବଂ କିଶୋର ବର୍ଗରୁ ୧୭ଟି ପ୍ରକଳ୍ପ ସମେତ ମୋଟ ୩୫୫ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିବା ବେଳେ ପ୍ରଶ୍ନମଞ୍ଚ, କଥାକଥନ ଏବଂ ନିବନ୍ଧ ପ୍ରତିଯୋଗିତା ମଧ୍ୟ ହୋଇଥିଲା ।

Leave A Reply

Your email address will not be published.