jayashree

ଲଗାଣ ବର୍ଷାରେ ବସ୍ତି ବାସିନ୍ଦାଙ୍କୁ ପଲିଥିନ ବାଣ୍ଟିଲେ ପ୍ରଶାନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ବସ୍ତି ବାସିନ୍ଦାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିଆସୁଥିବା ସମାଜସେବୀ ପ୍ରଶାନ୍ତ ସେଠୀ ଲଗାଣ ବର୍ଷାରେ ପ୍ରଭାବିତ ଜନସାଧାରଣଙ୍କ ଦୁଃଖ ସମସ୍ୟା ବୁଝିବା ସହିତ ଆଜି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଲଘୁଚାପ ପ୍ରଭାବରେ ରାଉରକେଲାରେ ଝଡିବର୍ଷା ଦୁଇ ଦିନ ଧରି ଲାଗି ରହିବା ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବସ୍ତିର ତଳି ଅଞ୍ଚଳରେ ପାଣି ପଶିଯିବା ସହ କେତେକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିଲା । ଯାହାଦ୍ୱାରା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ନିଜ ସମର୍ଥକଙ୍କ ସହ ସେକ୍ଟର ଆଖପାଖ ଅଞ୍ଚଳର ବିଭିନ୍ନ ବସ୍ତିକୁ ଯାଇ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝି ଥିଲେ । ଏହି ଅବସରରେ କେତେକ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ସେମାନେ କିପରି ସରକାରୀ ସ୍ତରରେ ଘରଭଙ୍ଗା ଅର୍ଥ ସାହାଯ୍ୟ ସହଯୋଗ ପାଇବେ ସେ ନେଇ ସଂପୃକ୍ତ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶୃତି ସ୍ୱରୂପ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ନେଇ ରାଜସ୍ୱ ବିଭାଗ ସହିତ ଶ୍ରୀ ସେଠୀ ଆଲୋଚନା କରିଥିଲେ । ଯେଉଁମାନଙ୍କର ଘର ଝଡିବର୍ଷାରେ ଭାଙ୍ଗି ଯାଇଥିଲା ସେମାନଙ୍କୁ ସରକାରଙ୍କ ରାଜସ୍ୱ ବିଭାଗ ମାଧ୍ୟମରେ ଭଙ୍ଗାଘରକୁ ସୁରକ୍ଷିତ ରଖିବା ପାଇଁ ଜରି ପାଲ ବାଣ୍ଟିଲେ । ଶ୍ରୀ ସେଠୀଙ୍କ ସହିତ ତାଙ୍କର ସହଯୋଗୀ ମାନେ ଏହି ସହାୟତା କାର୍ଯ୍ୟରେ ଉପସ୍ଥିତ ଥିଲେ । ପ୍ରଭାବିତ ବସ୍ତି ବାସିନ୍ଦା ଏଥିପାଇଁ ଶ୍ରୀ ସେଠୀଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.