csstore

ପାଇକମାଲ ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ସଭାଗୃହଠାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଏ ବିଡିଓ ଦେବାଶିଶ ସେହ୍ନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଭାରେ ଡବ୍ଲୁଇଓ ସୁନିଲ ଭୋଇ ସଭାର ଉଦ୍ଦେଶ ଜ୍ଞାପନ ସହ ଗତ ବର୍ଷର ସ୍ୱାଧୀନତା ଦିବସ କିପରି ପାଳନ କରାଯାଇଥିଲା ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ । ଆଗାମୀ ସ୍ୱାଧୀନତା ଦିବସ ସୁରୁଖୁରୁରେ କିପରି ପାଳନ ହେବ କାହାକୁ କେଉଁ ଦାୟିତ୍ୱ ଦିଆଯିବ ସେ ବିଷୟରେ ଉପସ୍ଥିତ ଅଧିକାରୀ ଓ ସଭ୍ୟମାନେ ନିଜ ନିଜ ମତାମତ ଦେଇଥିଲେ । ବୈଠକରେ ବ୍ଲକ୍ ଏଇ ସଞ୍ଜୟ କୁମାର ରଥ, ପାଇକମାଲ ଥାନା ଆଇଆଇସି ସୁଶାନ୍ତ କୁମାର ବଢେଇ, ଗୌରାଙ୍ଗ ଦେବତା, ଶିବ ପ୍ରସାଦ ଯୋଶୀ, ଭବାନୀ ପଟେଲ, ନମିତା ସାହୁ, ହରିବନ୍ଧୁ ଜେନା, ବଡ ଶତପଥୀ, ସୁରଥ କୁମାର ସାହୁ, ଦୁର୍ଯ୍ୟୋଧନ ତ୍ରିପାଠୀ, ଅନିତା ପାଣିଗ୍ରାହୀ, ସୁବାସ ପ୍ରଧାନ, ନିରଞ୍ଜନ ଦୀପ ପ୍ରମୁଖ କମିଟି ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.