csstore

ବିଶ୍ୱରଂଜନ ମିଶ୍ରଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) :୧୯୭୭ ବ୍ୟାଚର ସଦସ୍ୟ ତଥା ଆର୍‌ଏସ୍‌ପିର ପ୍ରାକ୍ତନ କର୍ମଚାରୀ ବିଶ୍ୱରଂଜନ ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମିଶ୍ର ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଭାବେ କାର୍ଯ୍ୟକରି ୨୦୨୦ରେ ଅବସର ଗ୍ରହଣ କରିଥିଲେ । ପୂର୍ବରୁ ସେ ସେକ୍ଟର ୭ରେ ରହୁଥିବା ବେଳେ ସଂପ୍ରତି ଅବସର ପରେ ଭୁବନେଶ୍ୱରରେ ପରିବାର ସହ ରହୁଥିଲେ । ତାଙ୍କର ଦୁଇଝିଅ ବିବାହିତ । ଗତ ରବିବାର ଦିନ ୧୯୭୭ ବ୍ୟାଚର ସେକ୍ଟର ୧୪ ଡିପିଏସ ସ୍କୁଲର ବଂଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜି ସକାଳେ ତାଙ୍କର ହୃଦଘାତ ଯୋଗୁଁ ପରିବାର ଲୋକେ ଡାକ୍ତରଖାନାକୁ ନେଇଯାଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ସେକ୍ଟର ୭ ତଥା ତାଙ୍କର ସହପାଠୀ ବିମଳ କୁମାର ବିଶି, ଆର୍‌ଏସ୍‌ପିର ପ୍ରାକ୍ତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅରୁଣ କୁମାର ପ୍ରଧାନ, ବିପିନ ବିହାରୀ ଲେଙ୍କା, ବିନୋଦ କୁମାର ପ୍ରଧାନ, ପୂର୍ଣ୍ଣେନ୍ଦୁ ପାଢୀ, ପ୍ରତାପ କୁମାର ପଣ୍ଡାଙ୍କ ସମେତ ବହୁ ସହପାଠୀ ଶୋକପ୍ରକାଶ କରିବା ସହ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.