jsm

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ୨୯ ଓ ୩୦ ଜୁଲାଇ ଦୁଇ ଦିନ ଧରି ହୋଇଥିବା ୭ତମ ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆ ଚେଲେଞ୍ଜର କପ ୨୦୨୩ରେ ଭାରତ ସହିତ ବଙ୍ଗଳାଦେଶ, ଶ୍ରୀଲଙ୍କା, ଭୁଟାନ, ମାଲେସିଆ, ନେପାଳ, ଇରାନ, ସାଉଦି ଆରବ ୮ ଗୋଟି ଦେଶରୁ ମୋଟ ୫୨୯୩ ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ଅଲ ଇଣ୍ଡିଆ ସୁଉକି ସିଟୁ ରିୟୁ କରାଟେ ଡୁ ଫଡେରସନ ଆୟୋଜନ କରିଥିବା ବେଳେ ପ୍ରତିଯୋଗିତାକୁ ସଂଗଠକ ସଭାପତି ପ୍ରେମଜିତ ସେନ, ସଂପାଦକ ଜୟଦେବ ମଣ୍ଡଳ, ମୁଖ୍ୟ ରେଫରି ବାଳକ୍ରିଷ୍ଣା ଦମନି ଓ ଟୁର୍ଣ୍ଣାମେଣ୍ଟ ସଂଚାଳକ ବାପାଦ୍ୟିତ ନନ୍ଦି ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ବଲାଙ୍ଗିର କରାଟେ ସ୍କୁଲର ୧୦ ଜଣ କରାଟେକା ଅଂଶଗ୍ରହଣ କରିଥିବା ବେଳେ ୬ ବର୍ଷ ବାଳିକା ବର୍ଗ କାତାରେ ଆନନ୍ଦିତା ସାହୁ ସ୍ୱର୍ଣ୍ଣ, ୧୦ ବର୍ଷ ବାଳିକା ବର୍ଗରେ ହର୍ଷିତା ସିଂ କତା ଓ କୁମିତିରେ ସ୍ୱର୍ଣ୍ଣ, ୧୧ ବର୍ଷ ବାଳକ ବିଭାଗରେ ଲୋକେଶ ବାଗ କାତାରେ ସ୍ୱର୍ଣ୍ଣ ଓ କୁମିତିରେ ରୌପ୍ୟ, ଆୟୁଷ ରଂଜନ ମେହେର କାତା କୁମିତରେ ୨ଟି ସ୍ୱର୍ଣ୍ଣ, ଆୟୁଷି ସିଂ ବାରିକ ୧୨ ବର୍ଷ ବାଳିକା ବର୍ଗ କାତାରେ କାଂସ୍ୟ, ଅନୁଷ୍କା ପଟ୍ଟନାୟକ କାତାରେ ସ୍ୱର୍ଣ୍ଣ, ତମନ୍ନା ମେହେର କାତା ଓ କୁମିତିରେ ୨ଟି ସ୍ୱର୍ଣ୍ଣ, ଅଭିପ୍‌ସା ହୋତା ୧୩ ବର୍ଷ ବାଳିକା ବିଭାଗ କାତାରେ ସ୍ୱର୍ଣ୍ଣ କୁମିତିରେ ରୌପ୍ୟ, ସେହିପରି ୧୪ରୁ ୧୫ ବର୍ଷର୍ ବାଳକ ବିଭାଗରେ ଆଦିତ୍ୟ ସିଂ ବାରିକ କାତାରେ ରୌପ୍ୟ, କ୍ରିଷ୍ଣା ନାଏକ କାତାରେ ରୌପ୍ୟ ଏବଂ ୧୧ରୁ ୧୩ ବର୍ଷ ବାଳିକା ସବ୍‌ ଜୁନିୟର ବିଭାଗରେ ଟିମକାତାରେ ରୌପ୍ୟ ମୋଟ ୧୮ଟି ପଦକ ହାସଲ କରି ବଲାଙ୍ଗିର ଜିଲ୍ଲା ଓଡିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି । ମୁଖ୍ୟ କୋଚ ତଥା ବଲାଙ୍ଗିର କରାଟେ ସ୍କୁଲର ସଂପାଦକ ହୃଦୟ ଶବର ଓ ଚନ୍ଦ୍ରଶେଖର ସେଠ ରେଫରି ଓ ଜଜ୍‌ର କାର୍ଯ୍ୟ ତୁଳାଇଥିଲେ । କରାଟେ ସ୍କୁଲ ସହିତ ଟିମ୍‌ ମ୍ୟାନେଜର ମନ ଗୋବିନ୍ଦ ମେହେର, ଟିମ୍‌ କୋଚ ପୁରୁଷୋତ୍ତମ ବାଗ ଓ ରାଜେନ୍ଦ୍ର ବାଗ କୋଲକତା ଅଭିମୁଖେ ୨୭ ତାରିଖରେ ଯାତ୍ରା କରିଥିଲେ । ଆଜି ସମସ୍ତ ପ୍ରତିଯୋଗିମାନେ ବଲାଙ୍ଗିର ଫେରିଥିବା ବେଳେ ବଲାଙ୍ଗିର ରେଳ ଷ୍ଟେସନଠାରେ ବଲାଙ୍ଗିର କରାଟେ ସ୍କୁଲର ସଭାପତି, କୋଷାଧ୍ୟକ୍ଷ, ଉପସଭାପତି, ସହ ସଂପାଦକ, ଅଭିଭାବକ ଏବଂ ଖେଳ ପ୍ରେମୀ ଭବ୍ୟ ସ୍ୱାଗତ କରି ଅଭିନନ୍ଦନ ଜଣାଇଥିଲେ ।

yuvodaya
Leave A Reply

Your email address will not be published.