csstore

ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତ ବ୍ୟକ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗୁହୁରିହାପଦର ଗ୍ରାମର ବିରଜାନନ୍ଦ ମେହେରଙ୍କୁ ଚିତ୍ରାମୁଣ୍ଡା ଗାଁ ପାଖରେ ଟୁରଚାକାନି ଗ୍ରାମର ଯୋଗେଶ୍ୱର ସରାଫ, ସୁଦର୍ଶନ ସରାଫ, ଗଜ ସରାଫ, ଉମେଶ ସରାଫ ମିଶି ଆକ୍ରମଣ କରିଥିବା ନେଇ ବିରିଜାନନ୍ଦ ମୁରିବାହାଲ ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ବିରଜାନନ୍ଦ । ଏଥିପାଇଁ ସେ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ସେ କହିଥିଲେ । ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଥିଲେ ।

jayashree
Leave A Reply

Your email address will not be published.