ଶିକ୍ଷାବିତ୍ ସଙ୍ଗଠକ ଡମ୍ବରୁଧର ଥିଲେ ଶିକ୍ଷା ଓ ଶିକ୍ଷକ ଜାତିର ପ୍ରାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୀବନର ସମସ୍ତ ଅସମ୍ଭବକୁ ସମ୍ଭବ, ଜୀବନର ସମସ୍ତ ପ୍ରତିକୂଳକୁ ଅନୁକୂଳ, ସମସ୍ତ ଅସୁବିଧାକୁ ସୁବିଧା କରିବାରେ ସିଦ୍ଧହସ୍ତ ହୋଇ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପୂର୍ବତନ ସହ ସଂପାଦକ, ସମାଜସେବୀ, ସୁସଙ୍ଗଠକ ଡମ୍ବରୁଧର ମୁଦୁଲିଙ୍କ ଏକାଦଶାହ ପାଳନ ଅବସରରେ ରାଜ୍ୟସ୍ତରୀୟ ସ୍ମୃତିଚାରଣ ସଭା ଡେଲାଙ୍ଗ ପଲ୍ଲୀ ନିକଟ ପିପିଲି ବ୍ଲକ୍ ଅନ୍ତର୍ଗତ ସହଜପୁର ମୁଦୁଲି ସାହି ମଙ୍ଗଳା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଶିକ୍ଷାବିତ୍ ସନ୍ତୋଷ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ସଭା ଆରମ୍ଭରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ସମବେତ ନିରବ ପ୍ରାର୍ଥନା କରାଯାଇଥିଲା । ଅବସରପ୍ରାପ୍ତ ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ମଞ୍ଚର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା, ଉପସଭାପତି ଶୁଶାନ୍ତ ନାୟକ, ଉପଦେଷ୍ଟା ମଣ୍ଡଳୀ ମାଧବ ବିଶ୍ୱାଳ, ପଞ୍ଚାନନ ସ୍ୱାଇଁ, ସୁଭାଷ ଚନ୍ଦ୍ର ରଥ, କୈଳାସ ପଲେଇ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା, ଅଲୋସ୍ତା ସଂଘ ନେତା ଶଙ୍କର ଜେନା, କିଶୋର ମହାନ୍ତି, ବିଶିଷ୍ଟ ପ୍ରବଚକ ସଂସ୍କୃତି ଗବେଷକ ଶରତ ରାଉତ, ପ୍ରାକ୍ତନ ସ୍କୁଲ ଏସ୍ ଆଇ ପ୍ରହଲ୍ଲାଦ ସ୍ୱାଇଁ, ପ୍ରାକ୍ତନ ବିଇଓ ନିରଞ୍ଜନ ପାତ୍ର, କାର୍ତ୍ତିକ ବେହେରା, ଯୁଧିଷ୍ଠିର ପରିଡ଼ା, ଏବିଇଓ କୃଷ୍ଣଚନ୍ଦ୍ର ଉପାଧ୍ୟାୟ, ପ୍ରାକ୍ତନ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ସତ୍ୟବାଦୀ ସ୍ୱାଇଁ, କବି ସୂର୍ଯ୍ୟ ମିଶ୍ର, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ସ୍ୱାଇଁ, ରାଜକିଶୋର ପ୍ରଧାନ, ନିରଞ୍ଜନ ସାହୁ, ରାଧାକାନ୍ତ ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ଶ୍ରୀଧର ପ୍ରଧାନ, ଶିକ୍ଷକ ନେତା ଦିଗମ୍ବର ରଥ, ପ୍ରଶାନ୍ତ ଦାସ, ପବିତ୍ର ଜେନା, ପ୍ରଧାନ ଶିକ୍ଷକ କବି ସନ୍ତୋଷ ମିଶ୍ର, ସହଜପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ମହାରଣା, ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ସୁଷମା ଦାଶ, କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଭୁତି ମିଶ୍ର, ବୁଦ୍ଧିଜୀବୀ ମାୟାଧର ପୃଷ୍ଟି, ଅଜୟ ମହାନ୍ତି, ଭୁବନେଶ୍ୱରର ଶିଶୁ ସାହିତ୍ୟିକ ନିର୍ମଳ ମ‌ହାନ୍ତି, ଦୂରାଦୂରାନ୍ତରୁ ଆସିଥିବା ଅତିଥି ବୃନ୍ଦ ସ୍ୱର୍ଗତ ମୁଦୁଲି ସାରଙ୍କ ଦୃଢ ସାଙ୍ଗଠନିକ ଦକ୍ଷତା, ଦୀର୍ଘ ସୂତ୍ରୀ ବିଚାରଶୀଳତା, ମ‌ହାନୁଭବତା, ସାହିତ୍ୟ ସାଧନା, ଆଧ୍ୟାତ୍ମିକ ଚିନ୍ତନ ଓ ଚେତନା, ସମାଜସେବା, ଦିଗ୍‌ଦର୍ଶନ, ଶିକ୍ଷା ଓ ଶିକ୍ଷକ ଜାତି ପାଇଁ ତ୍ୟାଗ ସବୁଦିନ, ସମସ୍ତଙ୍କର ମନେ ରହିବ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟୀ ହେବ ବୋଲି ସମସ୍ତେ ଏକ ଆବେଗ ଭରା କଣ୍ଠରେ କହି ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଜୀବନ ଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲେ । କବି ତଥା ସଂଘ ନେତା ଗୋବିନ୍ଦ ଫାରୁକ୍ ଓ ପିପିଲିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସମାଜସେବୀ ରାମଚନ୍ଦ୍ର ଦାଶ, ଛାତ୍ର ସାନ୍ତନୁ ବିଶ୍ୱାଳ ଡମ୍ବରୁ ସାରଙ୍କ କୃତି ଓ କୀର୍ତ୍ତି ଆଧାରିତ କବିତା ମାଧ୍ୟମରେ ସ୍ମୃତିଚାରଣ କରିଥିଲେ ।ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୂ ସଂଯୋଜନା, ଅତିଥି ପରିଚୟ, ସଭା ପରିଚାଳନା କରିଥିଲେ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂସ୍କୃତି ପ୍ରେମୀ ତଥା ସ୍ୱର୍ଗତ ମୁଦୁଲିଙ୍କ ଘନିଷ୍ଠ ଶିକ୍ଷକ ଅଭୟ ଚରଣ ସାହୁ । ଚାକିରି ଜୀବନ ଆରମ୍ଭରୁ ତାଙ୍କ ସହ ନିବିଡ ସମ୍ପର୍କ ଥିବା ପ୍ରାକ୍ତନ ଶିକ୍ଷକ ସିଆର୍‌ସିସି ତଥା ପାଲା ଗାୟକ ଗୁରୁଚରଣ ବଳ ମୁଦୁଲି ସାରଙ୍କ ମହନୀୟ ଜୀବନୀ ଆଧାରିତ କବିତାରେ ତାଙ୍କୁ କୋହଭରା କଣ୍ଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସହଜପୁର ଗାଁର ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର ସମାଜସେବୀ ନିତ୍ୟାନନ୍ଦ ସ୍ୱାଇଁଙ୍କ ସହ ବିତାଇଥିବା ଅଭୁଲା ଅନୁଭୂତି, ଗାଁରେ ବିଭିନ୍ନ ଅନୁଷ୍ଠାନ ଗଢିବାରେ ସ୍ୱର୍ଗତ ମୁଦୁଲି ପାଇଥିବା କଷ୍ଟ ଓ ତାଙ୍କ ଉଦ୍ୟମକୁ ପ୍ରଶଂସା କରି ସବୁଦିନ ପାଇଁ ଆମ ଗାଁର ଜଣେ ମୂଲ୍ୟବାନ୍ ମଣିଷ ଚାଲିଗଲେ ବୋଲି କ‌ହି ଦୁଃଖ ପ୍ରକାଶ କରିଥିଲେ । ଅନ୍ତରଙ୍ଗ ଶିକ୍ଷକ ଭଗବାନ ସାହୁ, ରବିନ୍ଦ୍ର ବେହେରା, ସମାଜସେବୀ ସଦାଶିବ ସ୍ୱାଇଁ, କୈଳାସ ବଳ, ଛାତ୍ର ଅକ୍ଷୟ ରାଉତ, ଭାଗୀରଥି ସ୍ୱାଇଁ ଓ ବନ୍ଧୁ ପରିଜନ ମାନେ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ମୁଦୁଲି ସାର୍ ପ୍ରଥମେ ପିପିଲି ବ୍ଲକ୍ ଅଲୋସ୍ତା ସଂଘର ସଂପାଦକ, ନିମାପଡ଼ା ଶିକ୍ଷା ଜିଲ୍ଲା ସଭାପତି ଓ ଶେଷରେ ରାଜ୍ୟ ସଂଘର ସହ ସମ୍ପାଦକ ଦାୟିତ୍ୱରେ ରହି ଶିକ୍ଷକ ସମାଜର ଅନେକ ସମସ୍ୟା ସମାଧାନ କରିବା ସହ ଶିକ୍ଷକମାନଙ୍କ ବହୁ ପ୍ରତିକ୍ଷିତ ଏଲିମେଣ୍ଟାରି କ୍ୟାଡ଼ର ହେବାରେ ସଂଘ ସହ ସହଯୋଗ କରି ଓ ପ୍ରାଣପ୍ରଣେ ଉଦ୍ୟମ କରି ସଫଳ ହୋଇଥିଲେ । ଅବସର ପରେ ବି ସେ ସାଧାରଣ ଜନତାଙ୍କ ସେବାରେ ନିଜକୁ ପୁରା ଜଡିତ ରଖିଥିଲେ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାନୁଷ୍ଠାନ, ଶିକ୍ଷା କାର୍ଯ୍ୟାଳୟ ଗଠନ ଓ ଏ ସମ୍ବନ୍ଧୀୟ ସମସ୍ତଙ୍କୁ ସୁମାର୍ଗ ଦର୍ଶନରେ ତାଙ୍କର ମଧ୍ୟ ଯଥେଷ୍ଟ ଭୂମିକା ରହିଛି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ସହଜପୁର ଗ୍ରାମ ପଞ୍ଚାୟତ ଗଠନ, ରାସ୍ତା ଓ ବିଦ୍ୟୁତ୍ ସମସ୍ୟା ଦୂରୀକରଣରେ ଅନ୍ୟମାନଙ୍କ ଭଳି ତାଙ୍କର ମଧ୍ୟ ମହତ ଅବଦାନ ସମ୍ପର୍କରେ ଅତିଥିମାନେ ଅବତାରଣା କରିଥିଲେ । ସେ ଥିଲେ ପ୍ରକୃତରେ “ଛାତ୍ର ଓ ଶିକ୍ଷକ” ନିର୍ମାତା । ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ନିଜ ବୁଦ୍ଧି ବଳରେ ସହଜପୁରଠାରେ ଏମ୍‌ ଇ ବିଦ୍ୟାଳୟ ପ୍ରତିଷ୍ଠା, ୧୯୮୪ମସିହାରେ ବେସରକାରୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା, ଉଚ୍ଚ ବିଦ୍ୟାଳୟ ଗଢି ତୋଳିବାରେ ତାଙ୍କର ଆପ୍ରାଣ ଚେଷ୍ଟା, ୩ଟି ମନ୍ଦିର ପ୍ରତିଷ୍ଠା କରିବା ତାଙ୍କ ଜନ୍ମଭୂମି, ଆଧ୍ୟାତ୍ମିକ ଭାବ, ଶିକ୍ଷା ଓ ଶିକ୍ଷକ ଜାତି ପ୍ରତି ପ୍ରଗାଢ ଭଲ ପାଇବାର ପ୍ରକୃତ ନିଦର୍ଶନ ବୋଲି ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କ‌‌ହିଥିଲେ । ଦୁଇ ପୁତ୍ର ଦୀପ୍ତିକାନ୍ତ, ସୂର୍ଯ୍ୟକାନ୍ତ, ପୁତ୍ର ବଧୁ ପୁଷ୍ପାଞ୍ଜଳି, ପତ୍ନୀ କନକଲତା ମୁଦୁଲି ସମସ୍ତଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ତରଙ୍ଗ ଶିକ୍ଷକ ଭଗବାନ ସାହୁ, ରବିନ୍ଦ୍ର ବେହେରା, ସମାଜସେବୀ ସଦାଶିବ ସ୍ୱାଇଁ, କୈଳାସ ବଳ, ଛାତ୍ର ଅକ୍ଷୟ ରାଉତ୍, ଭାଗୀରଥି ସ୍ୱାଇଁ ଓ ବନ୍ଧୁ ପରିଜନ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ପିପିଲିର ପ୍ରଧାନ ଶିକ୍ଷକ ଚୈତନ୍ୟ ସେଠୀ, ଡେଲାଙ୍ଗର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁଣନିଧି ସ୍ୱାଇଁ, ବଟକୃଷ୍ଣ ଦାଶ, ଶିକ୍ଷକ ସୁରେନ୍ଦ୍ର ସାହୁ, ଅଭୟ ରଥ, ପୂର୍ଣ୍ଣଚନ୍ଦ୍ର ସାହୁ, ଫକିର ଚନ୍ଦ୍ର ଦାସ, ଦୀପକ ଛାଟୋଇ, ବିଚିତ୍ରାନନ୍ଦ ନାୟକ, ସିଆର୍‌ସିସି ଅମରେନ୍ଦ୍ର ପ୍ରଧାନ, କ୍ଷେତ୍ରବାସୀ ଆଳୁକ, କବି ଚନ୍ଦ୍ରଶେଖର, ସମାଜସେବୀ ରାଜକିଶୋର ପରିଡ଼ା, ଜିତେନ୍ଦ୍ର ପ୍ରଧାନ, ଅକ୍ଷୟ ସ୍ୱାଇଁ, ବୁଦ୍ଧିଜୀବୀ ସୁବଳ ବଳ, ରମେଶ ବଳ, ଛାତ୍ର ତଥା ଆଇନଜୀବୀ କେଦାରନାଥ ମହାନ୍ତିଙ୍କ ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସାହିତ୍ୟିକ ଶିକ୍ଷାବିତ୍, ସମାଜସେବୀ ବୁଦ୍ଧିଜୀବୀ, ଶିକ୍ଷକ ନେତା ଓ ଜନତା ଯୋଗଦେଇ ସ୍ୱର୍ଗତ ମୁଦୁଲିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସେହି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ପଲ୍ଲୀ ଯୋକନଡୁଆ, ରେଞ୍ଚ, ପିଢପାଟଣା, ପାଞ୍ଚବାଟିଆ, ପ୍ରହରାଜପୁର, ରାୟଗୁରୁପୁର, ମଙ୍ଗଳପୁର, ବେରବୋଇ ଆଦି ଗାଁର ଶତାଧିକ ଡମ୍ବରୁପ୍ରେମୀ ସଭାରେ ଯୋଗଦେଇ ଥିଲେ । ଶିକ୍ଷକ ଦିଲ୍ଲୀପ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.