csstore

ଡା. କେ.ଏସ୍‌.ଏନ୍‌.ରାଓଙ୍କ ୧୦୧ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଦୃଷ୍ଟିହୀନ ଓ ବଧିର ଛାତ୍ରୀଛାତ୍ରଙ୍କ ଥଇଥାନ ପାଇଁ ବିଶିଷ୍ଟ ସମାଜସେବୀ ଡା. କେ. ସତ୍ୟନାରାୟଣ ରାଓଙ୍କ ଅବଦାନ ଅତୁଳନୀୟ ବୋଲି ଭାରତ ବର୍ଷର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମର ସଭାପତି ଡା. ଜାକୋବ ଥୁଣ୍ଡିଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ । ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ବିଜୟ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ, ଡ. ଡ଼ମ୍ବରୁଧର ସାହୁ, କବି କପିଳ ଚନ୍ଦ୍ର ମହାନ୍ତି, ଦୃଷ୍ଟିହୀନ ବିଦ୍ୟାଳୟର ଅଧ୍ୟକ୍ଷ ନରେଶ ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ନବୀନ ଚନ୍ଦ୍ର ଶତପଥୀ, ରଜନୀକାନ୍ତ ପାଢ଼ୀ, ପବିତ୍ର ଚୌଧୁରୀ, ହରିଶ ଚନ୍ଦ୍ର ପଟ୍ଟନାୟକ, ଯୁଧିଷ୍ଠିର ମହାରଣା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଡ. ଥୁଣ୍ଡିଲଙ୍କ ଦ୍ୱାରା ‘ଓଡ଼ିଶା ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକ ଉନ୍ମୋଚନ ସହିତ ୧୦୧ ଜଣ ଦୃଷ୍ଟିହୀନ, ଗରିବ, ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷୟତ୍ରୀ ମାଳତୀପ୍ରଭା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସଂଗୀତ ଗାନ ସହ ସଭା ସାଙ୍ଗ ହୋଇଥିଲା ।

jayashree
Leave A Reply

Your email address will not be published.