ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟରେ ମୁକ୍ତା ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ କନ୍‌ଫରେନ୍ସ ହଲରେ ମୁକ୍ତା ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଅଭିଯାନକୁ ନେଇ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ବିଶେଷ କରି ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ତାକୁ ଆଧାର କରି ମୁକ୍ତା ଯୋଜନାରେ ମହିଳା ମାନେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କିଛି କରିବା ସହିତ ମିଳିତ ଭାବରେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ସମ୍ପର୍କରେ ବିଷଦ ଭାବେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏନ୍‌ଏସିକୁ ଆସିଥିବା ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ କରିଥିଲେ । ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ବିଭିନ୍ନ ୱାର୍ଡ କାଉନସିଲର, ଏନ୍‌ଏସି କର୍ମଚାରୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.