ବଲାଙ୍ଗିର ଶାଖା ଇପିଏଫ୍ ପେନ୍‌ସନ୍‌ ବୃଦ୍ଧି ପାଇଁ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍ ଓଡିଶା ଇପିଏଫ୍ ପେନ୍‌ସନ୍‌ ଆସୋସିଏସନ୍‌ର ବଲାଙ୍ଗିର ଜିଲ୍ଲା ଶାଖା କର୍ମକର୍ତ୍ତା ପକ୍ଷରୁ ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ତାଙ୍କ ପେନ୍‌ସନ୍‌ ବୃଦ୍ଧି, ସର୍ବନିମ୍ନ ଇପିଏଫ୍ ପେନ୍‌ସନ୍‌ ୯ ହଜାର କରିବା ସଙ୍ଗେ ମହଙ୍ଗା ଭତ୍ତା ଓ ଚିକିତ୍ସା ବୀମା ଯୋଗାଇ ଦେବା ପାଇଁ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀକୁ ସାଂସଦ ଶ୍ରୀମତୀ ସିଂଦେଓ ଆସନ୍ତା ଲୋକ ସଭାରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଗୋଚର କରାଇବା ପାଇଁ ସଂଘ କର୍ମକର୍ତ୍ତାମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଲିଖିତ ଦାବୀ ପ୍ରଦାନ କରିବା ସମୟରେ ବଲାଙ୍ଗିର ଜିଲ୍ଲା ଇପିଏଫ୍ ସଂଘ ସଭାପତି ବିଶ୍ୱ ପ୍ରକାଶ ମିଶ୍ର, ଉପସଭାପତି ଅମୂଲ୍ୟ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.