csstore

ଧର୍ମପରାୟଣା ମହିଳା ବସୁମତି ସାହୁଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ କୁର୍ଲୁପାଲି ନିବାସୀ ସ୍ୱର୍ଗତ ଶିବପ୍ରସାଦ ସାହୁଙ୍କ ଧର୍ମପତ୍ନୀ ଧର୍ମପରାୟଣା ବସୁମତି ସାହୁ(୭୯)ଙ୍କ ଆଜି ପୂର୍ବାହ୍ନରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସଭାପତି, ବଲାଙ୍ଗିର ଜିଲ୍ଲା କଂଗ୍ରେସ ଲିଗାଲ୍‌ ସେଲ୍‌ ସଭାପତି ତଥା ପୁଇଁତଲା ବ୍ଲକ୍‌ କଂଗ୍ରେସ ସଭାପତି ଉମାକାନ୍ତ ସାହୁ ସ୍ୱର୍ଗତ୍‌ ବସୁମତି ସାହୁଙ୍କ ଜ୍ୟେଷ୍ଠପୁତ୍ର ହୋଇଥିବା ବେଳେ କନିଷ୍ଠ ପୁତ୍ର ସୁଶାନ୍ତ କୁମାର ସାହୁ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ, ବୋହୂ, ଝିଅ, ଜ୍ୱାଇଁ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ । କୁର୍ଲୁପାଲିରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ମୁଖାଗ୍ନି ଦେଇଛନ୍ତି ତାଙ୍କ ଜ୍ୟେଷ୍ଠପୁତ୍ର ଉମାକାନ୍ତ ସାହୁ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.