csstore

ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ(୬୦)ଙ୍କ ପରଲୋକ ହେଇଯାଇଛି । ସେ ଜଣେ ଦକ୍ଷ ସଂଗଠକ ଭାବରେ ଯୁଗ ଯାତ୍ରୀ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରିଥିଲେ । ବ୍ୟକ୍ତିଗତ ଭାବେ ସାମାଜିକ ଶିକ୍ଷା ସଂଗଠକ (ଏସ୍‌ଇଓ) ଧର୍ମଗଡ ବ୍ଲକରୁ ଗତ ଜୁନ ମାସ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ । ଗତ କିଛି ମାସ ହେଲା ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ଜଣାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କରି ପରଲୋକ ଗତକାଲି ସନ୍ଧ୍ୟାରେ ହୋଇଥିବା ବେଳେ ଆଜି ମ.ରାମପୁର ନିଜ ବାସ ଭବନକୁ ଆଣି ଆତ୍ମୀୟ ସ୍ୱଜନଙ୍କ ଦ୍ଵାରା ଶେଷ ଦର୍ଶନ ପରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କରି ବିୟୋଗରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ର, ସମ୍ପାଦକ ହେମନ୍ତ ସାହୁ, ସଦସ୍ୟ ନୀଳମାଧବ ସିଂହଦେଓ, ସରସ୍ଵତୀ ମିଶ୍ର, ଅମିତ୍ ଅଗ୍ରୱାଲ(ପପୁ), ସତ୍ୟଜିତ ଚାଟାର୍ଜୀ, ପ୍ରକାଶ ଭୋଇ, ନାରାୟଣ ମହାଳିକ, କୌତୁକ ପନ୍ଦର, ଗଣପତି ନାୟକ, ଶିବ ଶଙ୍କର ପଟ୍ଟନାୟକ, ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ସତ୍ୟ ନାରାୟଣ ସାହୁ, ଚିନ୍ମୟୀ ନାୟକ, ରାମେଶ୍ୱର ପ୍ରସାଦ ସାହୁ, ମାନସ ରଞ୍ଜନ ପ୍ରହରାଜ, ପରମାନନ୍ଦ ବିଶି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.