jsm

ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

csstore

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗଛ ଲଗାଯାଇଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାର କହିଲେ, ବର୍ତ୍ତମାନର ପରିବେଶରେ ଉଦ୍ଭିଦ ପାଇଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ମନୁଷ୍ୟ, ସରୀସୃପ ପକ୍ଷରେ ଗଛ ବିନା ବଞ୍ଚିବା ଭାରି କଷ୍ଟ ଏବଂ ଅସମ୍ଭବ ଅଟେ । ତେଣୁ କରି ଆମେ ସମସ୍ତେ ଆମ ବାଡି ବଗିଚାରେ ଗୋଟିଏ ଗୋଟିଏ ଗଛ ଲଗାଇବା । ତା’ହେଲେ ଯାଇ ପରିବେଶ ଦୂଷିତ ହେବାରୁ ରକ୍ଷା ପାଇବା ସହିତ ସ୍ୱଚ୍ଛ ଅମ୍ଳଜାନ ପାଇପାରିବା । ଏହି ଅବସରରେ ସହଯୋଗ କରିଥିଲେ ସହ ସମ୍ପାଦକ ପ୍ରଶାନ୍ତ ସାହୁ, ପ୍ରହଲ୍ଲାଦ କୁମ୍ଭାର, ଭଜରାଜ ଖୁଟଲା, ନରେଶ ଛତର, ସ୍ଵାଧୀନ ଦେହେରୀ, କୁଞ୍ଜବିହାରୀ ରଣା, ଅକ୍ଷୟ ନାଗ, ବାବଲୁ ରଣା, ସଞ୍ଜୟ ଛତର, ସୁଶୀଲ ମେହେର, ପ୍ରହଲ୍ଲାଦ ଚନ୍ଦନ, ଅଙ୍କିତ କୁମ୍ଭାର, ରୋହନ୍ କୁମ୍ଭାର ।

yuvodaya
Leave A Reply

Your email address will not be published.