୨୨ ଦଫା ଦାବୀ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲ ସମ୍ମୁଖରେ ଧାରଣା ପ୍ରଦର୍ଶନ ଓ ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ବଙ୍ଗୋମୁଣ୍ଡା ବ୍ଲକ ଶାଖା ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି ଓ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ବଙ୍ଗୋମୁଣ୍ଡା ତହସିଲଦାର ଲମ୍ବୋଦର ଧରୁଆଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂଯୋଜକ ସୁରେଶ ଭୋଇଙ୍କ ନେତୃତ୍ୱରେ କରାଯାଇଥିବା ଏହି ଧାରଣା ପ୍ରଦର୍ଶନରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.