ଏକତା ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ମହିଳା ଅନୁଷ୍ଠାନ ଏକତା ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ ସାଇନିଂ କ୍ଲବ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତି ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଅଂଶୁପା ଦଳେଇ ତଥା ଶାନ୍ତିଲତା ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନିହାର ରାୟ, ରାହୁଲ ରାୟ, ପ୍ରକାଶ ପାଶୱାନ, ଅଜିତ ତିର୍କୀ, ଜୋୟା ତ୍ରିପାଠୀ, ହେମା ଏକ୍କା, ସୁରେଶ ଶର୍ମା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ଗରିମା ପତ୍ରୀ, ଡାକ୍ତର ପୂଜା ପତି, ଦୀପ୍ତି ବିଶ୍ୱାଳ ଓ କଲ୍ୟାଣୀ ଦାସ ପ୍ରମୁଖ ଦାୟିତ୍ୱ ତୁଲାଇଥିବା ବେଳେ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁମତି ନାୟକ ଓ ରାହୁଲ ମହାନ୍ତି ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.