ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ଵାରା ଉଦ୍‌ଘାଟିତ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମଜିଲ୍ଲାର ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଗୋକର୍ଣ୍ଣପୁର ଠାରେ ବହୁଦିନରୁ ପ୍ରତୀକ୍ଷିତ ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ଆଜି ଉଦ୍‌ଘାଟିତ ହୋଇ ଯାଇଛି । ଗୋକର୍ଣ୍ଣପୁର ଓ ତାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆଇନ ସହାୟତା ପାଇବା ଦିଗରେ ସମସ୍ୟା ଭୋଗୀ ଆସୁଥିଲେ । ସେଥିପାଇଁ ସେମାନଙ୍କୁ ଦିଗପହଣ୍ଡି ଯିବାକୁ ପଡୁଥିଲା । ଗୋକର୍ଣ୍ଣପୁର ସମସ୍ତ ଆଖପାଖ ଗ୍ରାମର କେନ୍ଦ୍ରସ୍ଥଳ ହୋଇଥିବାରୁ ଲୋକମାନେ ଏହାର ସୁବିଧା ନେଇ ପାରିବେ । ଆଇନ ସହାୟତା ପାଇଁ ଆଉ ଦୂରକୁ ଯିବାକୁ ପଡିବ ନାହିଁ । ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା ଏହାକୁ ହାଇକୋର୍ଟ ଆଡଭୋକେଟ ଚ୍ୟାମ୍ବରକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି । ଉଦଘାଟନୀ ଅବସରରେ ସେ କହିଛନ୍ତି, ଯେ’ ଲୋକଙ୍କୁ ସୁବିଧାରେ ଆଇନ ସହାୟତା ଯୋଗାଇବା ଦିଗରେ ଏହା ବିଶେଷ ସହାୟତା ହେବ । ଲୋକଙ୍କୁ ଆଉ ଦୂରକୁ ଯିବାକୁ ପଡିବ ନାହିଁ । ସେହିପରି ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଡ଼ଭୋକେଟ ବିକାଶ ଚନ୍ଦ୍ର ପଶୁପାଳକ ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହଯୋଗ କାମନା କରିଥିଲେ । ବିଧାୟକ ରମେଶ ଚନ୍ଦ୍ର ଜେନା ଗୋକର୍ଣ୍ଣପୁରରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ଲୋକେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ହାଇକୋର୍ଟ ଚ୍ୟାମ୍ବରକୁ ଆଡ଼ଭୋକେଟ ସୁଜିତ କୁମାର ପଟ୍ଟନାୟକ ଓ ଆଡ଼ଭୋକେଟ ସୁମୀତ କୁମାର ପଟ୍ଟନାୟକ ପରିଚାଳନା କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.