ଚମାର ମେହେର ଉଚ୍ଚ ବିଦ୍ୟାଳୟଠାରେ ପୋଷାକ ଓ ଜୋତା ବିତରଣ ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ଚମାର ମେହେର ଉଚ୍ଚ ବିଦ୍ୟାଲୟଠାରେ ପୋଷାକ ଓ ଜୋତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍‌ ଅତିରକ୍ତ ବ୍ଲକ୍‌ ଶିକ୍ଷାଧିକାରୀ ଅରୁଣ କୁମାର ଯୋଶୀ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ହରେକୃଷ୍ଣ ତାଣ୍ଡି ଓ ଇନ୍ଦ୍ର ଭୋଇ ସଭା ପରିଚାଳନା କରିଥିଲେ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ଏଥିରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.