oom

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦଶମ ଅଠାରି କବିତା ଆସର ନିଷାନ୍ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୬ ତାରିଖ ରବିବାର ଦିନ ଅପରାହ୍ନ ୫ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଷାନ୍ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ବିଶିଷ୍ଟ କବି, ଲେଖକ, ସଂଗଠକ, ଶିକ୍ଷକ ତଥା ଘଣ୍ଟି ସାହିତ୍ୟ ସଂଗଠନର ପ୍ରତିଷ୍ଠାତା ସଂପାଦକ ତରଣି ସେନ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ଅଗ୍ରଗତି ଦିଗରେ ଫେସବୁକ୍ କଳାପଟା ନିଷାନ୍ର ଅଠାରି କବିତା ଆସରକୁ ଭୂରି ଭୂରି ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟା କବୟିତ୍ରୀ, କଣ୍ଠଶିଳ୍ପୀ ଚୁମକି ଦାଶ ମିଶ୍ର ଯୋଗ ଦେଇ ଗିତଗାଇ ଓ କବିତା ଶୁଣାଇ ଶ୍ରୋତାଙ୍କ ମନ ମୋହି ନେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୁବକବି ଲିପୁନ ସାହୁ ପ୍ରେମ କବିତା ଓ ଗିତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ନିଷାନ୍ର ସହ ସଂପାଦକ ଯୁବକବି କୃଷ୍ଣେନ୍ଦୁ ହୋତା, ଗୋପୀକୃଷ୍ଣ ପାଣ୍ଡିଆ, ବନବାସ ମେହେର, ବୃନ୍ଦାବନ ସାହୁ, ବୈରାଗୀ ସାହୁ, ଭରତ ନାଏକ, ପ୍ରଶାନ୍ତ ଭୁଏ, ଶୁଭେନ୍ଦୁ ଷାଣ୍ଢ, ରାଜୀବ କୁମାର ପଟେଲ, ହୃଦାନନ୍ଦ ସୁନା, ସନ୍ତୋଷ କୁମାର ବେହେରା, ପ୍ରହଲ୍ଲାଦ ଦଣ୍ଡସେନା, ଅନିଲ କୁମାର ପଣ୍ଡା, ଶଙ୍କର୍ଷଣ ବାଗ, ସୁଖରାମ ମଲ୍ଲିକ, ଅମିତ ଭୁଏ, ପୁରୁଷୋତ୍ତମ ମିଶ୍ର,ତନ୍ମୟ ମିଶ୍ର, କବୟିତ୍ରୀ ସାବିତ୍ରୀ ସାହୁ, ଦୀପଶିଖା ସ୍ଵାଇଁ, ଯମୁନା ମହାପାତ୍ର, ଅଧ୍ୟାପିକା ଆର୍.ପୁଷ୍ପାଞ୍ଜଳି ଓ ସାଈଶିଖା ସତପଥୀ, ଚନ୍ଦନା ମଞ୍ଜରୀ ତ୍ରିପାଠୀ, ହୀରାବତୀ ସାହୁ, ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କବିତା ଆସର ଶେଷରେ ନିଷାନ୍ର ବରିଷ୍ଠ ସଦସ୍ୟ କବି ବରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

jittmm
Leave A Reply

Your email address will not be published.