csstore

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ସାଧାରଣ ବୈଠକ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ ବ୍ୟାପକ ଭାବରେ ଅସହାୟଙ୍କ ମୁହଁରେ ହସ ଫୁଟେଇବା ପାଇଁ ଆଲୋଚନା ହୋଇଥିଲା । ତା’ସହ ଆଗାମୀ ଦିନରେ ହେବାକୁ ଥିବା ଆମର ଗଣ ପର୍ବ ନୂଆଁଖାଇ ପାଇଁ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ୨୦ଟି ଶାଖାର ସଂଯୋଜକ, ମହିଳା ଶାଖା ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ସହ ମହିଳା ଶାଖାର ଉପଦେଷ୍ଟା ଲିକା ସାହୁ, ସୋଭେନିଅର କମିଟିର ସଂଯୋଜକ ସନ୍ଦୀପ କୁଅଁର, ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ, ରାଜୁ ବାଗ, ଅମରେଶ ଖେତୀ, ଅହିତ କର୍ଣ୍ଣ, ଶୁଭ୍ରାଂଶୁ ପଣ୍ଡା, ସାଂସ୍କୃତିକ ସଂଯୋଜକ ନବଘନ ଦାସ, ଲଳିତ ପୁଝାରୀ, ସୁବଳ ମହାକୁର, ରଞ୍ଜନ ପଟେଲଙ୍କ ସହ ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ମହିଳା ଶାଖାର ସଂଯୋଜିକା ରୁପା ଦାସ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.