csstore

ଜାମୁଟପାଲିରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ଥାନା ଅନ୍ତର୍ଗତ ଜାମୁଟପାଲି ଗ୍ରାମ ପଞ୍ଚାୟତ ପରିସରରେ ଗାଇସିଲେଟ୍‌ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ ଶ୍ରୀ ସାମଲ ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ଲୋକଙ୍କୁ କହିଥିଲେ। ପରିବାରରେ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷାକରିବା ସହ ଛାତ୍ରଛାତ୍ରୀ ଯେପରି କୌଣସି ପରିସ୍ଥିତିରେ ନିଜ ଲକ୍ଷ ବିଚ୍ୟୁତି ନକରନ୍ତି କି କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନ ହୁଅନ୍ତି ସେ ଦିଗରେ ବାପା ମାଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରିଥିଲେ । ଏହା ସହିତ ଗାଁରେ ଘଟୁଥିବା ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସର ସାହାଯ୍ୟ ନେବା ପାଇଁ ସେ ପ୍ରକାଶ କରିଥିବା ବେଳେ ବାଲ୍ୟବିବାହ ନ କରିବା ପାଇଁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାମୁଟପାଲି ସରପଞ୍ଚ ସୁମିତ୍ରା ସାହୁ, ସମାଜସେବୀ ସୁଶାନ୍ତ ପଣ୍ଡା, ସହକାରୀ ଶିକ୍ଷକ ଜାମୁଟପାଲି ଉଚ୍ଚ ବିଦ୍ୟାଳୟର ମନୋରଞ୍ଜନ ପ୍ରଧାନ, ସଭାପତି ସେବା ସମବାୟ ସମିତି ଗାଇସିଲେଟର ଖିରୋଦ୍ର ସାହୁ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆମ ପୋଲିସ ସମିତି ସଦସ୍ୟଙ୍କ ସମେତ ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.