csstore

ଖପ୍ରାଖୋଲ ସରପଞ୍ଚ ଏବଂ ଦୁଇ ସମାଜସେବୀଙ୍କ ମହତ କାର୍ଯ୍ୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଛତିଶଗଡରୁ ହରିଶଙ୍କର ଆସିଥିବା କିଛି ଭୋଲବମ୍‌ ଶ୍ରଦ୍ଧାଳୁ ୪ ଜଣ ପୁରୁଷ, ୪ ଜଣ ମହିଳା ଏବଂ ୪ ଜଣ ଛୋଟ ଛୋଟ ଛୁଆ । ଏମାନଙ୍କ ଗାଡି ଖରାପ ହୋଇଯାଇଥିବାରୁ ସେମାନେ ଘରକୁ ଫେରି ନ ପାରି ବର୍ତ୍ତମାନ ଖପ୍ରାଖୋଲରେ ରହିଯାଇଥିଲେ । ଖପ୍ରାଖୋଲ ଅଞ୍ଚଳରେ ବର୍ତ୍ତମାନ ବର୍ଷା ଯୋଗୁଁ ସେମାନେ ଗୋଟିଏ ଦୋକାନ ବାହାରେ ଆଶ୍ରୟ ନେଇଥିବା ବେଳେ ଖପ୍ରାଖୋଲ ଗ୍ରାମର ସନ୍ତୋଷ ପଧାନ ଏବଂ ସୁନୀଲ ସାହୁ ତାଙ୍କ ପରିସ୍ଥିତି ଜାଣି ଖପ୍ରାଖୋଲ ସରପଞ୍ଚଙ୍କୁ ଯୋଗାଯୋଗ କରି ସେମାନଙ୍କ ରାତିରେ ରହିବା ପାଇଁ ବନ୍ଦୋବସ୍ତ କରିଥିଲେ । ସରପଞ୍ଚଙ୍କ ସାହାଯ୍ୟ ଏବଂ ଦୁଇ ସମାଜ ସେବୀଙ୍କ ସହଯୋଗକୁ ବୁଦ୍ଧିଜୀବି ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି ।

jayashree
Leave A Reply

Your email address will not be published.