ରାଜ୍ୟ ସିନିଅର୍‌ ବ୍ୟାଡମିଣ୍ଟନ ର‍୍ୟାଙ୍କି ପ୍ରତିଯୋଗିତାର ଆଜି ଫାଇନାଲ୍‌

  • ସବୁ ବର୍ଗରେ ଟାଇଟଲ ପାଇଁ ହେବ ଜୋରଦାର୍‌ ଲଢେଇ
  • ସମସ୍ତ ର‍୍ୟାଙ୍କ ଖେଳାଳି ଚୁଡାନ୍ତ ପର୍ଯ୍ୟାୟକୁ ଉନ୍ନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଆର୍‌ ହାଇସ୍କୁୁଲ ଇନଡୋର୍‌ ଷ୍ଟାଡିଅମ୍‌ ଠାରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଏବଂ ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ଅୟୋଜନରେ ଚାଲିଥିବା ଓସବା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ର‍୍ୟାଙ୍କି ପ୍ରତିଯୋଗିତା ଆଜି ଫାଇନାଲ ଅନୁଷ୍ଠିତ ହେବ । ସମସ୍ତ ବର୍ଗରେ ର‍୍ୟାଙ୍କ ତଥା ନାମୀ ଖେଳାଳିମାନେ ଚୁଡାନ୍ତ ପର୍ଯ୍ୟାୟକୁ ଉନ୍ନିତ ହୋଇଥିବାବେଳେ ସମସ୍ତ ବର୍ଗରେ ଟାଇଟଲ ପାଇଁ ଜୋରଦାର୍‌ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ପ୍ରତିଯୋଗିତାର ଦ୍ୱିତୀୟ ଦିବସ ଶନିବାର ଦିନ ଖେଳ କାର୍ଯ୍ୟସୁଚୀ ଅନୁଯାୟୀ ସକାଳ ୯ଟାରେ ଆରମ୍ଭ ହୋଇଥିଲା । ପୁରୁଷ ଏକକ ବିଭାଗରେ ଆର‍୍ୟା ମାଝୀ, ଅମୀୟ କୁମାର, ଅମ୍ରିତ ମହାନ୍ତି, କାନୁରି ମୁରଲୀ କ୍ରିଷ୍ନା, ଆୟୁଷ ଦାଶ, ସ୍ୱାଧିନ ଗୌଡା, ଅଭିଜିତ ମହାରଣା ଓ ବିକ୍ରାନ୍ତ ଜାନୀ ପରବର୍ତ୍ତି ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି । ମହିଳା ଏକକ ବିଭାଗରେ ରାଶେସ୍ୱରୀ ଖୋର, ଇଷାନୀ ସାହୁ, ସିରିନ ସାଲିକ, ମନୋଲିନା ମହାରଣା, ଅମିତା ଘୋଷ ନିଜର ମ୍ୟାଚ୍‌ ଜିତି ପରବର୍ତ୍ତି ରାଉଣ୍ଡକୁ ପହଞ୍ଚିଛନ୍ତି । ମିଶ୍ରିତ ଯୁଗଳ ବର୍ଗରେ ଆୟୁଷ ଦାଶ ଓ ପୁର୍ବା ପ୍ରତ୍ୟାଶା, ଅମ୍ରିତ ମହାନ୍ତି ଓ ଶୃତି ସ୍ୱାଇଁ, ଅଭିଜିତ ମହାରଣା ଓ ହର୍ଷିତା ରାଉତ, ସିରିନ ସଲିକ ଓ ତନ୍ମୟ ସାହୁଙ୍କ ଯୋଡି ସେମିଫାଇନାଲ୍‌ ଟିକଟ୍‌ ଉପରେ କବଜା କରିଛନ୍ତି । ପୁରୁଷ ଯୁଗଳରେ ସମସ୍ତ ଶିର୍ଷ ର‍୍ୟାଙ୍କଧାରୀ ଖେଳାଳି ଯଥା ଅମ୍ଲାନ ଗଡନାୟକ ଓ ତନ୍ମୟ ସାହୁ, ଆଶିଷ ମିଶ୍ର ଓ ସୁମନ୍ତ ମହନ୍ତ, ଆର‍୍ୟା ମାଝୀ ଓ ମୁରଲୀ କ୍ରୀଷ୍ନା, ଅମୟ କୁମାର ଓ ଅନିର୍ବାନ ମଣ୍ଡଲ, ଡି ମନିକାନ୍ତ ଓ ସିର୍ଦ୍ଧାଥ ନାୟକ, ଅଭୟ ମହାରଣା ଓ ଶୁଭମ ଦାଶ, ଅଭୀଜିତ ମହାରଣା ଓ ଅମ୍ରିତ ମହାନ୍ତି ପ୍ରମୁଖ ନିଜ ପ୍ରତିଦ୍ୱନ୍ଦିଙ୍କ ବିପକ୍ଷରେ ଚମକ୍ରାର ଖେଳ ପ୍ରଦର୍ଶନ କରି ପରବର୍ତ୍ତି ପର୍ଯ୍ୟାୟକୁ ପହଞ୍ଚିଛନ୍ତି । ପ୍ରତିଯୋଗିତାରେ ବିଜୟ ବାଗ ଚିଫ ରେଫରି ଓ ମନରଞ୍ଜନ ଦାଶ ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ତୁଳାଉ ଥିବା ବେଳେ ସାରା ରାଜ୍ୟରୁ ବଛା ବଛା ୧୮ ଜଣ ଓସବା ସ୍ୱିକୃତୀପ୍ରାପ୍ତ ଅମ୍ପାଆର ଖେଳ ପରିଚାଳନା କରୁଛନ୍ତି । ତେବେ ରବିବାର ଦିନ ଅପରାହ୍ନ ସନ୍ଧ୍ୟା ୪ଟାରୁ ସମସ୍ତ ବିଭାଗର ଫାଇନାଲ୍‌ ଖେଳ ଅନୁଷ୍ଠିତ ହେବା ନେଇ ସୁଚନା ରହିଛି ।

Leave A Reply

Your email address will not be published.

error: Content is protected !!