ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ ଗୃହରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୋଇ ଆସୁଥିବା ଏହି ଦିବସ ପରିପ୍ରେକ୍ଷୀରେ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଫେସର ଭାଗବତ ପାତ୍ର ବିଶ୍ୱ ଜନସଂଖ୍ୟାର ଗତି ଓ ପ୍ରଭାବ ବେକାରୀ ସମସ୍ୟା, ଦାରିଦ୍ର୍ୟତା ଉପରେ ଆଲୋକପାତ ହୋଇଥିଲା । ଯୁବବର୍ଗ ସମସ୍ତଙ୍କର ଦକ୍ଷତା ବୃଦ୍ଧି ଉପରେ ପରାମର୍ଶ ପ୍ରଦାନ କରାଯାଇଥିଲା । ଅର୍ଥନୀତି ବିଭାଗର ପ୍ରଫେସର ସୁଧାକର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ସାଂଗକୁ ମଞ୍ଚ ପରିଚାଳନା କରିଥିଲେ । ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, କୁଳପତି ଗୀତାଞ୍ଜଳି ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଅର୍ଥନୀତି ବିଭାଗର ଡ଼ଃ.ମୃତ୍ୟୁଞ୍ଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.