ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଛି । ସେମାନେ ଅନଲାଇନରେ www.navodaya.gov.inରେ ଅଗଷ୍ଟ ମାସ ୧୦ ତାରିଖ ମଧ୍ୟରେ ଆବେଦନ କରିବାକୁ ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ଅନୁରୋଧ କରାଯାଇଛି । ଉପଯୁକ୍ତ ସାର୍ଟିଫିକେଟ ଏବଂ ନିଜସ୍ଵ ସଠିକ ସୂଚନା ସହ ଫର୍ମ ଭରିବାକୁ କୁହାଯାଇଛି । ସଂପୂର୍ଣ୍ଣ ମେରିଟ ତାଲିକାରେ ନାମ ଥିବା ଛାତ୍ରଛାତ୍ରୀ ଆସନ୍ତା ୨୦୨୪ ବର୍ଷ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହେବେ । ଏହି ପ୍ରବେଶିକା ପରୀକ୍ଷା ନଭେମ୍ବର ୪ ଏବଂ ଜାନୁଆରୀ ୧୦ ତାରିଖରେ ଅନୁଷ୍ଠିତ ହେବ । ଏହି ଆବାସିକ ସ୍କୁଲରେ ଷଷ୍ଠରୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠ ପଢା ସଂପୂର୍ଣ୍ଣ ମାଗଣା ହୋଇଥାଏ । ପିଲାମାନଙ୍କ ପାଠ ପଢା ବାବଦରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥାନ୍ତି । ତେବେ ନବୋଦୟରେ ବିଦ୍ୟାଳୟରେ ପଢିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ପରୀକ୍ଷାରେ ଊତୀର୍ଣ୍ଣ ହେବାକୁ ପଡିଥାଏ ।

Leave A Reply

Your email address will not be published.