ସ୍ୱଭାବ କବିଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୯ ତାରିଖ ସନ୍ଧ୍ୟାରେ, ପଦ୍ମପୁର ଆରବି ହାଇସ୍କୁଲ ପରିସରରେ ମେହେର କବି ସ୍ମୁତି ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ଆଗାମୀ ୩୦ ତାରିଖରେ ପାଳନ କରିବା ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଡଃ ପ୍ରମୋଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂପାଦକ ଶେଷଦେବ ମେହେର ସ୍ୱାଗତ ଭାଷଣ ପ୍ରଦାନ ସହ ପୂର୍ବ ଅଧିବେଶନର ବିବରଣୀ ଉପସ୍ଥାପନ କରିଥିଲେ । ପରିଷଦର ପୁନଃଗଠନ ପରିପ୍ରେକ୍ଷୀରେ ସଭାପତି ଡଃ ପ୍ରମୋଦ କୁମାର ପାଢୀ, ଉପ ସଭାପତି ରୋହିତ କୁମାର ମେହେର, ସଂପାଦକ ଶେଷଦେବ ମେହେର, ସହ ସଂପାଦକ ଡଃ ଜୟ କେତନ ତ୍ରିପାଠୀ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମେହେର, ସଂଯୋଜକ ପ୍ରୀତିରଞ୍ଜନ ପ୍ରଧାନ, ସହ ସଂଯୋଜକ ମନୋଜ କୁମାର ପଣ୍ତା ଏବଂ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ଅଶୋକ କୁମାର ବହିଦାର, ନିରୋଜ ଦୋରା, ସନ୍ତୋଷ ମହାନ୍ତି, ବିଦ୍ୟାଧର ଦାଶ, କରୁଣାକର ମେହେର, ସତ୍ୟମୟ ତ୍ରିପାଠୀ ଓ ଚୁଳ ସୁନ୍ଦର ମହେରଙ୍କୁ ମନୋନୀତ କରାଯାଇଛି । ଚଳିତ ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପାଳନ ନିମେନ୍ତ, ନିବେଦନ ମେହେର ସାହିତ୍ୟର ବିଶିଷ୍ଟ ବକ୍ତା ଆଇନଜୀବୀ ବିଭୁଦତ୍ତ ଚଲାନଙ୍କୁ ଆମନ୍ତ୍ରଣ, ପରିଷଦର ସରକାରୀ ପଞ୍ଜିକରଣ, ସାରସ୍ୱତ ସାଧକ କୁବେର ପୁରୋହିତଙ୍କୁ ଚଳିତ ବର୍ଷର “ଗଙ୍ଗାଧର ସମ୍ମାନ” ପ୍ରଦାନ, ମୁଖପତ୍ର “ତପୋବ ମହିମା”ର ପ୍ରକାଶନ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଆଗତ ପ୍ରସ୍ତାବ ଗୁଡିକରେ ଆଲୋଚନା କରାଯାଇ, ସର୍ବସମ୍ମତି କ୍ରମେ ଗୃହିତ ହୋଇ କାର୍ଯ୍ୟକାରୀ କରାଯାଇଥିଲା । ବୈଠକରେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅମର କୁମାର ପାତ୍ର, ଗୌରିଶଙ୍କର ମେହେର, କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରି ଶେଷରେ ଡଃ ଜୟ କେତନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!