ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବପୀଠରେ ଲାଗିବ କାଉଡ଼ିଆଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଭକ୍ତମାନେ ମହାଦେବଙ୍କୁ ଜଳଲାଗି କରିବେ । ଏଥି ପାଇଁ ଆଜି ଠାରୁ ସଜବାଜ ହେଲେଣି କାଉଡ଼ିଆ । ଦୂରସ୍ଥାନରୁ ଜଳ ଉଠାଉଥିବା କାଉଡ଼ିଆଙ୍କ ଭିଡ଼ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ତେବେ ଚଳିତ ବର୍ଷ ପାଗ ଅନୁଗୂଳ ଥିବାରୁ କାଉଡ଼ିଆଙ୍କ ସମାଗମ ଶୈବପୀଠ ଗୁଡ଼ିକୁ ଉତ୍ସବମୁଖର କରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.