କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବନ ଅଧିକାରୀ ଶ୍ରଦ୍ଧା ବଡମାଳି ଯୋଗ ଦେଇଥିଲେ । ସଞ୍ଜୟ ମିଶ୍ର ସଭା ପରିଚାଳନା କରିଥିବା ବେଳେ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଉପସ୍ଥିତ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବୃକ୍ଷ ଉପରେ ଆଲୋଚନା କରି ବୃକ୍ଷର ସୁରକ୍ଷା ଓ ତାହାର ଗୁଣ ବିଷୟରେ ଅବଗତ କରାଯାଇଥିଲା । ଏହି ଅବସରରେ ବୈଷୟିକ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, ବନ ବିଭାଗ କର୍ମଚାରୀ ବୃନ୍ଦ ରେଡ୍‌କ୍ରସ ଯୁବକ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.