ରାଜ୍ୟ ସମବାୟ ସଂଘ ନିର୍ବାଚନ : ନିଦ୍ୱର୍ନ୍ଦରେ ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହେଲେ ତୃପ୍ତିଶ୍ରୀ ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୁରୁବାର ଦିନ ରାଜ୍ୟ ସମବାୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିରର ତୃପ୍ତିଶ୍ରୀ ମିଶ୍ର ନିଦ୍ୱର୍ନ୍ଦରେ ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହୋଇଛନ୍ତି । ସାରା ରଜ୍ୟର ୨୧ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଶ୍ରୀମତୀ ମିଶ୍ର ବଲାଙ୍ଗିର ଓ ସୋନପୁରକୁ ନେଇ ଗଠିତ ୨ନଂ ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ଦେଶିକା ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ବିରୋଧରେ କେହି ପ୍ରାର୍ଥିତ୍ୱ ଦାଖଲ କରି ନଥିବା ବେଳେ ତାଙ୍କୁ ନିଦ୍ୱନ୍ଦରେ ନିର୍ବାଚିତ କରାଯାଇଛି । ଶ୍ରୀମତୀ ମିଶ୍ର ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସ୍ମାରକ ରଞ୍ଜନ ମିଶ୍ରଙ୍କ ପତ୍ନୀ ଅଟନ୍ତି ।

Leave A Reply

Your email address will not be published.