jayashree

ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ ତିନି ମାସ ହେଲା ଲୋକଙ୍କୁ ମିଳିନି ଛତୁଆ : ପ୍ରସ୍ତୁତ ହୋଇଥିବା ଛତୁଆ ଗଲା କୁଆଡେ, ସାଧାରଣରେ ପ୍ରଶ୍ନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଅପପୁଷ୍ଟିର ଶିକାର ହେଉଥିବା ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ଅନ୍ତର୍ଗତ ପ୍ରତି ମାସରେ ଛତୁଆ, ସୁଜି, ଅଣ୍ଡା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସହଜରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି, ଯେଉଁଠାରୁ ଲୋକେ ପ୍ରତି ମାସରେ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଛତୁଆ ତଥା ବିଭିନ୍ନ ସରକାରୀ ଜିନିଷ ପାଇ ପାରିବେ ।

ପରିତାପର ବିଷୟ ଯେ, ଗତ ତିନି ମାସ ହେଲା ସହରର ବିଭିନ୍ନ ୱାର୍ଡରେ ଛତୁଆ ମିଳୁନି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ଆମ ପ୍ରତିନିଧି ରାଇଟ ଟୁ ଇନଫରମେସନ ଆଧରରେ ତଥ୍ୟ ମାଗିବା ପରେ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ସହର ତଥା ଆଖପାଖ ଅଞ୍ଚଳର କାହା କାହାକୁ କେତେ ପରିମାଣର ଛତୁଆ ବିତରଣ ପାଇଁ ଦିଆଯାଇଛି ସେ ବିଷୟରେ ତଥ୍ୟ ମିଳିଛି । ପିପଲ୍ ପଦରଠାରେ ନୂତନ ଛତୁଆ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଠାରୁ ଯଦି ଛତୁଆ ପ୍ରସ୍ତୁତ ହୋଇ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିତରଣ କରାଯାଉଅଛି ତା’ହେଲେ ସେହି ଛତୁଆ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିଲା ନାହିଁ ବୋଲି ସାଧାରଣରେ ପ୍ରଶ୍‌ଶ୍ନ ଉଠିଛି ।

Leave A Reply

Your email address will not be published.