ପୁଇଁନ୍ତଲା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ମାନେ ଯୋଗ ଦେଇଥିବା ବେଳେ ଦିନକୁ ଦିନ ବଢୁଥିବା ସାଇବର କ୍ରାଇମ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ଉପରେ ଆଲୋଚାନ କରାଯାଇଥିଲା । ଏହି ସମୟରେ ଆଇପିଏସ୍‌ କୁଲ୍‌ଦୀପ ମୀନା, ଥାନା ଅଧିକାରିଣୀ ଅନିତା ପ୍ରଧାନ, ସାଇବର ଥାନା ଏସ୍‌ଆଇ ଅବିନାଶ ନାୟକଙ୍କ ସହ ପୁଇଁନ୍ତଲା ଥାନା ଅନ୍ତର୍ଗତ ସମସ୍ତ ଗ୍ରାମ ପଂଚାୟତର ସରପଞ୍ଚ ଓ ପଞ୍ଚାୟତ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.