ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ ନେଇ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ମହାସମାବେଶ କରି ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ ଶହ ୟୁନିଟ ଦେୟମୁକ୍ତ ବିଦ୍ୟୁତ ଦାବୀ ନେଇ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବ୍ରହ୍ମପୁର ସହରର ରାମଲିଙ୍ଗମ୍ ରୋଡରେ ମହାସମାବେଶ କରାଯାଇଛି । ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଆମ୍ ଆଦ୍‌ମୀ ପାର୍ଟି ତରଫରୁ ରବିବାର ଅପରାହ୍ନରେ ଇଞ୍ଜିନିୟର ସ୍କୁଲ ଛକଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା । ଶହସ୍ରାଧିକ ଲୋକଙ୍କ ଏକ ମହା-ଜନସମାବେଶ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ସମାବେଶ ସ୍ଥଳ ପର୍ଯ୍ୟନ୍ତ ଆସି ସେଠି ସମାଗମ ହୋଇଥିଲା । ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ସଭାପତିତ୍ୱରେ ଏବଂ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥଙ୍କ ମଞ୍ଚ ପରିଚାଳନାରେ ସଂନ୍ଧ୍ୟାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାମଞ୍ଚରେ ମୁଖ୍ୟବକ୍ତା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ମୁଖ୍ୟଅତିଥି ବାଙ୍ଗାଲୋରର ଯୁବ-ଉଦ୍ୟୋଗପତି ନିତ୍ୟାନନ୍ଦ ସାହୁ, ଜିଲ୍ଲା ଉପସଭାପତି ସୁଧୀର କୁମାର ପ୍ରଧାନ, ମହାନଗର ସଭାପତି ସି.ହରପ୍ରସାଦ, ଜିଲ୍ଲା ଯୁବ ସଭାପତି ପି. ନୀଳକଣ୍ଠ ରେଡ଼ୀ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ମେୟର ପ୍ରାର୍ଥିନୀ ସି. ପ୍ରିୟଙ୍କା, ବରିଷ୍ଠ ସଂଗଠକ ସୁକାନ୍ତ କୁମାର ପାଣିଗ୍ରାହୀ, ସହସମ୍ପାଦକ ଗଣେଶ ପାତ୍ର, ଅନ୍ୟତମ ଜିଲ୍ଲା ଉପସଭାପତି ସୁବାଷ ପଶୁପାଳକ, ଆଇନ ପରାମର୍ଶଦାତା କୈଳାସ ସେଠୀ, ଦୀନେଶ ରାଜ, ପି. ମନୋଜ, ବରିଷ୍ଠ ସଦସ୍ୟ ପଦ୍ମନାଭ ମହାରଣା, ଡ଼ା. ରତିକାନ୍ତ ନାୟକ, ଇତିଆନ ଧୀରେନ୍ଦ୍ର ସାବତ ପ୍ରମୁଖ ମଞ୍ଚାସୀନ ଥିଲେ । ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ସମସ୍ତ ବ୍ଲକ, ମ୍ୟୁନିସିପାଲିଟି, ଏନ୍‌ଏସିରେ ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଓଡ଼ିଶାରେ ୨ ଶହ ୟୁନିଟ ବିଦ୍ୟୁତ ଦେୟମୁକ୍ତ କରିବାକୁ ଦାବୀ କରିଥିଲେ । ଲୋକଙ୍କୁ ବୁଝାଇ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ନେଇ ଗତ ଜୁନ ଆଠ ତାରିଖରେ ଭୁବନେଶ୍ୱରରେ ପ୍ରତିବାଦ ସଭାକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.