ଟିଟିଲାଗଡ଼ ଲାୟନ୍‌ସ କ୍ଲବ ତରଫରୁ ମା’ ଘଣ୍ଟାଶୁଣି ଟାଉନ ଉଚ୍ଚ ବିଦ୍ୟାଳୟକୁ ଦିଆଗଲା କୋଲ୍ଡ ଫ୍ରିଜର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦା ସର୍ବଦା ସମାଜର ଉନ୍ନତି ନିମନ୍ତେ ବିଭିନ୍ନ ସେବା କାର୍ଯ୍ୟ କରିଥାନ୍ତି । ଲାୟନସ୍‌ କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଚଳିତ ବର୍ଷ ଶେଷ ପ୍ରୋଜେକ୍ଟ ଅନ୍ତର୍ଗତ ମା’ ଘଣ୍ଟାଶୁଣି ଟାଉନ ଉଚ୍ଚ ବିଦ୍ୟାଳୟକୁ ଲାୟନସ୍‌ କ୍ଲବ ତରଫରୁ ଏକ କୋଲ୍ଡ଼ ଫ୍ରିଜର ପ୍ରଦାନ କରାଯାଇଛି । ବହୁତ ଦିନରୁ ବିଦ୍ୟାଳୟ ତରଫରୁ ଲାୟନସ୍‌ କ୍ଲବକୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ହେଉଥିବା ପିଇବା ପାଣି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏହାକୁ ହୃଦୟଙ୍ଗମ କରି ଏହି ପ୍ରୋଜେକ୍ଟ ହାତକୁ ନେଇ ଏହି ସେବା କାର୍ଯ୍ୟ ପ୍ରଦାନ କଲୁ ବୋଲି ସଭାପତି ଲିଙ୍ଗରାଜ ସାହୁ କହିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ପୂର୍ବତନ ମେନେଜମେଣ୍ଟ ସମ୍ପାଦକ ନୀଳାମ୍ବର ମିଶ୍ର କ୍ଲବକୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଲାୟନସ୍‌ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରିଥିଲେ କ୍ଲବର ପୂର୍ବତନ ମଲଟିପୂଲ୍ କାଉନସିଲ ଚେୟାରମେନ ସଞ୍ଜୟ ସାହୁ । ଏହି ଅବସରରେ କ୍ଲବର ସଭାପତି ଲିଙ୍ଗରାଜ ସାହୁ, ବରିଷ୍ଠ ସଦସ୍ୟ ଲାୟନ୍ ଦୀପକ୍ ସାହୁ, ସତ୍ୟ ନାରାୟଣ ଶର୍ମା, ତ୍ରିନାଥ ରାଓ, ରାମ ଗୋପାଲ ଚୌଧୁରୀ, ମଦନ ପୃଷ୍ଟିଙ୍କ ସହ ସର୍ଭିସ୍ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ଦିପକ ପୃଷ୍ଟି, ଆଶୀର୍ବାଦ ମହାପାତ୍ର, ସନ୍ତୋଷ ମହାନ୍ତି, ଅଜିତ ପାତ୍ର, ଅସିମ କୁଣ୍ଡୁ, ସଞ୍ଜୟ ସୋନି, ଗଙ୍ଗାଧର ଶର୍ମା ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିରାଜିନୀ ବେହେରା, ସ୍କୁଲ ମେନେଜମେଣ୍ଟର ପୂର୍ବତନ ସଂପାଦକ ନୀଳାମ୍ବର ମିଶ୍ର, ସ୍କୁଲ ଶିକ୍ଷକ ଚୈତନ୍ୟ ବାଗ, ଶିକ୍ଷୟତ୍ରୀ ଶେଫାଳୀ ପଟ୍ଟନାୟକ, ଶୈଳସୂତା ତ୍ରିପାଠୀ, ଦେବେନ୍ଦ୍ର ସୁନା, ଟେକ୍ ରାଜ ସାହୁଙ୍କ ସହ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଲଳିତ ମହାପାତ୍ର, ଶ୍ରୀକାନ୍ତ ରଥ, ଶିବ ଘିବେଲା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!