csstore

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଅଷ୍ଟମ ଆଭାସି ଅଠାରି କବିତା ଆସର ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ୨ ଜୁଲାଇ ରବିବାର ଅପରାହ୍ନରେ ୫ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ସଭା ପ୍ରାରମ୍ଭରେ କବୟିତ୍ରୀ ଚନ୍ଦନା ମଞ୍ଜରୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ବରିଷ୍ଠ କବି, ଶ୍ରେଷ୍ଠ କଳାକାର, ତଥା ବିଶିଷ୍ଟ ଶିକ୍ଷାବିତ ଡ଼. ସୁଧାଂଶୁ ଭୂଷଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଓ କୋସଲି ଭାଷାର ଆଦି ବୃତ୍ତାନ୍ତ ବଖାଣି ଥିଲେ । ଭାଷା ସାହିତ୍ୟର ଅଗ୍ରଗତି ଦିଗରେ ନିଷାନ୍‌ର ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ସମସ୍ତେ ସହଯୋଗର ହାତ ବଢାଇବାକୁ ଆହ୍ଵାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି, ଗାଳ୍ପିକ ସତ୍ୟ ନାରାୟଣ ମିଶ୍ର ଯୋଗଦେଇ କ୍ଷୁଦ୍ର ଗଳ୍ପ ଓ ବ୍ୟଙ୍ଗ କବିତା ଶୁଣାଇ ଶ୍ରୋତାଙ୍କ ମନ ମୋହି ନେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କବୟିତ୍ରୀ ତଥା ଅଭିନେତ୍ରୀ ପୂର୍ଣ୍ଣିମା ପଣ୍ଡା କବିତା ଓ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ନିଷାନ୍‌ର ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା, କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇ, ବରୁଣ କୁମାର ସାହୁ, ରାଜୀବ ପଟେଲ, ରୋଷନ ରାଜ ସାହୁ, ଶଙ୍କର୍ଷଣ ବାଗ, ପ୍ରହଲ୍ଲାଦ ଦଣ୍ଡସେନା, ଶିବ ପ୍ରସାଦ ମିଶ୍ର, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଭକ୍ତବନ୍ଧୁ ସାହୁ, ଇଂ. ସତ୍ୟ ନାରାୟଣ ତ୍ରୀପାଠୀ, ରଞ୍ଜନ ଶତପଥୀ, ସେବାରାମ ମେହେର, ଲିପୁନ ସାହୁ ସେହିପର ଅଧ୍ୟାପିକା ଆର୍. ପୁଷ୍ପାଞ୍ଜଳି, ହୀରାବତୀ ସାହୁ, ସାଈବାନୀ ମହାପାତ୍ର, ଦୀପଶିଖା ସ୍ଵାଇଁ, ସାଈଶିଖା ସତପଥୀ, ନିରୂପମା ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କବିତା ଆସର ଶେଷରେ ନିଷାନ୍‌ର ସଦସ୍ୟା କବୟିତ୍ରୀ ସାବିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.