ସୁରକ୍ଷିତ ଜୀବଜଗତ ପାଇଁ ବୃକ୍ଷରୋପଣ ଜରୁରୀ : ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁଲାଇ ପ୍ରଥମ ସପ୍ତାହରୁ ସାରା ଦେଶରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଷ୍ଠାନ ତଥା ଗ୍ରାମ ଗୁଡିକରେ ବନମହୋତ୍ସବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏ ବର୍ଷର ସ୍ଲୋଗାନ ହେଉଛି Each One, Plant One. ବିଶ୍ୱ ଉତ୍ତାପନ ଆମ ପରିବେଶକୁ ଉତ୍ତପ୍ତ କରି ଆମକୁ ତଥା ସାରା ଜୀବ ଜଗତକୁ ଅସୁରକ୍ଷିତ କରି ଚାଲିଛି ଓ ଚାଲିଥିବ ମଧ୍ୟ । ବିଶ୍ୱ ଉତ୍ତାପନରେ ସହଯୋଗ କରୁଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନ, ଶିଳ୍ପ ଅନୁଷ୍ଠାନମାନଙ୍କୁ ବାଧ୍ୟତାମୂଳକ ନିବେଦନ ଯେ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ । ପୂଜକ ଓ ପୁରୋହିତ ମାନଙ୍କୁ ମଧ୍ୟ ନିବେଦନ ଯେଉଁ ମାନଙ୍କ ଜନ୍ମଦିନ, ନାମକରଣ, ଅନ୍ନପ୍ରଶନ୍ନ, ଚୁଡାକରଣ, ବିବାହ, ବାର୍ଷିକୀ ଏପରିକି ରୁଦ୍ରାଭିଷେକ, ଚଣ୍ଡିପାଠ ଓ ମୃତାହ ଇତ୍ୟାଦିର ସ୍ମୃତି ଉଦ୍ଦେଶ୍ୟରେ ଏକ ଏକ ବୃକ୍ଷ ରୋପଣ କରିବା ପାଇଁ ନିବେଦନ ଓ ନିଜର ପ୍ରୀୟଜନଙ୍କୁ ବହୁବର୍ଷ ପର୍ଯ୍ୟନ୍ତ ମନେ ରଖିବାର ପ୍ରୟାସ କରିବା । ଆସନ୍ତୁ ସମସ୍ତେ ଜନସାଧାରଣ ମିଶି ସଚେତନତା ସୃଷ୍ଟି କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଇ ଏକ ସୁରକ୍ଷିତ ଜୀବଜଗତ, ସୁରକ୍ଷିତ ଧରିତ୍ରୀର ପରିକଳ୍ପନା କରିବା ବୋଲି କହିଛନ୍ତି ।

Leave A Reply

Your email address will not be published.