ନିଆରା କାର୍ଯ୍ୟକ୍ରମ ଅନ୍ନପୂର୍ଣ୍ଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ରବିବାର ଦିନ ସହଯୋଗ ଫାଉଣ୍ଡେସନ ତରଫରୁ ଦିନବେଳା ରୋଗୀ ଏବଂ ତାଙ୍କ ସହାୟକଙ୍କ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଅନ୍ନପୂର୍ଣ୍ଣା ମାଧ୍ୟମରେ ଭାତ, ଡାଲମା, ଖଟା ଆଜକୁ ଦୀର୍ଘ ୮ ମାସ ହେଲା ବଣ୍ଟନ କରାଯାଉଛି । ଦୀର୍ଘ ମିଆଦୀ ଯୋଜନା କରିବା ଓ ତାର ସଫଳ ରୂପାୟନ କରିବା ସାଧାରଣ କଥା ନୁହେଁ, କିନ୍ତୁ ସହଯୋଗ ଫାଉଣ୍ଡେସନ ନିଆରା କାର୍ଯ୍ୟକ୍ରମ ସଫଳତା ସହିତ କାର୍ଯ୍ୟନିର୍ବାହ କରିଛି । ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ବଳରାମ ମିଶ୍ର, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଅଙ୍କୁଶ ପାଣ୍ଡିଆ ଯୋଗଦେଇ ସହଯୋଗ ଫାଉଣ୍ଡେସନ ଅନ୍ନପୂର୍ଣ୍ଣାର ନିଆରା କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିଥିଲେ । ରୋଗୀ ଓ ତାଙ୍କ ସହାୟକମାନଙ୍କୁ ପ୍ରତି ରବିବାର ୫୦୦ ଜଣରୁ ଉଦ୍ଧ୍ୱର୍ଙ୍କୁ ଖାଇବାକୁ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଯେତେ ଦୀର୍ଘସ୍ଥାୟୀ ହେବ ସେତେ ସମାଜ ପାଇଁ ମଙ୍ଗଳ ହେବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ତୁଷୁରା ଜାଗୃତି ଶାଖାର ସଭ୍ୟା, ମନସା କେଡିଆ, ମୀରା କେଡିଆ, ସଞ୍ଜୁ ଜୈନ ଆଜିର କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଆସନ୍ତା ୨୧ ତାରିଖ ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ । ତେଣୁ ସର୍ବସାଧାରଣ ଆସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସହଯୋଗ ଫାଉଣ୍ଡେସନର ସଭ୍ୟ ସଭ୍ୟାମାନେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ତୁଫାନ ପାତ୍ର, ଦୀପକ ଜୈନ, ନାନକି ଅଗ୍ରୱାଲା, ପବନ ଅଗ୍ରୱାଲା, ପିଙ୍କି ଅଗ୍ରୱାଲା, ଡ. ପଂଚାନନ ପ୍ରଧାନ, ଅନିଲ ମୋଦୀ, କେଦାର ଅଗ୍ରୱାଲା, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଆର୍ତ୍ତତ୍ରାଣ ପାଢୀ ପରିଚାଳନା କରିଥିବା ବେଳେ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.